Home ଓଡ଼ିଶା ଅଗ୍ନିଶମ ଡିଜିଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ , ଅଳ୍ପକେ ବର୍ତ୍ତିଲେ ଡିଜି

ଅଗ୍ନିଶମ ଡିଜିଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ , ଅଳ୍ପକେ ବର୍ତ୍ତିଲେ ଡିଜି

68

ବାହାନଗା, ୨୭ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନାୟକବନ୍ଧ ବିଦୁଡାଇଭରସନ ନିକଟରେ ଏକ ଟ୍ରକ ସାଇଡ଼ରୁ ଧକ୍କା ଦେବାରୁ ଅଗ୍ନିଶମ ଡିଜିଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇ ଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଶୁକ୍ରବାର ଦିନ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଏକ (ଓଡ଼ି ୦୨ଏଏଲ-୦୨୦୨) କାରରେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଏକ ଅଶ୍ନିଶମ ବିଭାଗ ଉଦଘାଟନ କରିବାକୁ ଯାଉଥିଲେ। ଫଳରେ ବଦୁ ଡାଇଭରସନ ନିକଟରେ ଅପରପଟୁ ଏକ ଟ୍ରକ ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଇ ଥିଲା।ଗାଡ଼ିଟି ସାଇଡ଼ କରିଡ଼ରରେ ବାଜି ଅଟକି ଯାଇ ଗାଡ଼ିଟି ଭାଙ୍ଗି ଯାଇଥିଲା। କିନ୍ତୁ ଡିଜ ଶ୍ରୀ ମହାନ୍ତି ସୁରକ୍ଷିତ ଥିବାର ଜଣାପପଡ଼ିଛି। ଖବର ପାଇ ସୋର ଥାନାଧିକାରୀ ମଧୂମିତା ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଅନ୍ୟ ଗାଡ଼ିରେ ପଠାଇ ଥିବାର ଜଣାପଡ଼ିଛି। ଧକ୍କା ଦେଇଥିବା ଟ୍ରକଟିକୁ ସୋର ପୋଲିସ ଜବଦ କରିବା ସହ ତଦନ୍ତ କରୁଥିବାର ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.