Home Top News ସୋମାଲିଆର ରାଜଧାନୀ ମେଗାଦିଶୁରେ ଆତ୍ମଘାତୀ ବିସ୍ଫୋରଣ – ୭ ମୃତ, ଅଲ-ଶବାବ ଆକ୍ରମଣ ପାଇଁ ନିଜକୁ...

ସୋମାଲିଆର ରାଜଧାନୀ ମେଗାଦିଶୁରେ ଆତ୍ମଘାତୀ ବିସ୍ଫୋରଣ – ୭ ମୃତ, ଅଲ-ଶବାବ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା

43

ନୂଆ ଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ସୋମାଲିଆର ରାଜଧାନୀ ମେଗାଦିଶୁରେ ଆତ୍ମଘାତୀ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବ ଖ୍ରୀଷ୍ଟୋଫର ମିଲରଙ୍କ ଗସ୍ତର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା। ସୂଚନାଯୋଗ୍ୟଯେ, ଖ୍ରୀଷ୍ଟଫର୍, ମେଗାଦିଶୁରେ ଆମେରିକୀୟ ରାଷ୍ଟ୍ରଦୂତ ଏବଂ ସୈନିକଙ୍କୁ ଭେଟିବାକୁ ଯାଇଥିଲେ। ଏହି ଆକ୍ରମଣକୁ ନେଇ ଅଲ-କାଏଦା ସହ ଜଡିତ ଆତଙ୍କବାଦୀ ସଂଗଠନ ଅଲ-ଶବାବ ନିଜକୁ ଦାୟୀ କରିଛି।
ସୋମାଲିଆ ସରକାରଙ୍କ ମୁଖପାତ୍ର ସଲାହ ଉମର ହାସନ ଆତ୍ମଘାତୀ ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ସରକାରଙ୍କ କହିବାନୁସାରେ, ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟଯେ, ଅତୀତରେ ସୋମାଲିଆର ରାଜଧାନୀରେ ଅଲ ଶବାବ ଆତଙ୍କବାଦୀ ସଂଗଠନ ଆତଙ୍କବାଦୀ ଆକ୍ରମଣ କରିଆସୁଛି। ବରିଷ୍ଠ ପୋଲିସ ଅଧିକାରୀ ମହମ୍ମଦ ଦହିର କହିଛନ୍ତି ଯେ ଗୁରୁତର ଆହତ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.