Home ଜିଲ୍ଲା ପରିକ୍ରମା ଟ୍ରକ ଧକ୍କାରେ ଯୁବକ ମୃତ , ଟ୍ରକ ଜବଦ , ଡ୍ରାଇଭର ଫେରାର

ଟ୍ରକ ଧକ୍କାରେ ଯୁବକ ମୃତ , ଟ୍ରକ ଜବଦ , ଡ୍ରାଇଭର ଫେରାର

46

ବାହାନଗା,୨୭ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ନଂ ଜାତୀୟ ରାଜପଥର ଶେରଗଡ଼ ନିକଟରେ ଏକ ଗ୍ୟାସ ବେଝେଇ ଟ୍ରକ ପଛପଟୁ ଧକ୍କା ଦେବାରୁ ଯୁବକ ଗୁରୁତର ହୋଇଥିଲେ । ସୂଚନା ଅନୁସାରେ କୁଳିଅଣା ଅଞ୍ଚଳର ବିଶ୍ୱନାଥ ମଳିକ (୩୩) ନିଜର କାର‌୍ୟ୍ୟ ସାରି ଗଣକୁ ଫେରୁ ଥିଲେ । ଏହି ସମୟରେ ସୋର ପଟୁ ଏକ ଗ୍ୟାସ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ସାଇକେଲ ଆହୋହୀଙ୍କୁ ଧକ୍କା ଦେଇ ଥିଲା । ଫଳରେ ଆରୋହୀ ଗୁରତ ହୋଇ ପଡ଼ି ଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଗାଡ଼ି ଚାଳକ ଗାଡ଼ି ଛାଡ଼ି ପଳାଇ ଯାଇଥିଲା । ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବିଶ୍ୱନାଥକୁ ବାଲେଶ୍ୱର ସଦର ହସପିଟାଲକୁ ପଠାଇ ଥିଲା । ପୋଲିସ ଦ୍ୱାରା ଟ୍ରକଟିକୁ ଜବଦ କରାଯାଇ ଥାନାକୁ ଆଣି ତଦନ୍ତ କରୁଥିବାର ଜଣାପଡ଼ିଛି । ସେପଟେ ବିଶ୍ୱନାଥଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଖବର ଅନୁସାରେ ବିଶ୍ୱନାଥଙ୍କର ରାସ୍ତାରେ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ପୋଲିସ ଦ୍ୱାରା ଡ୍ରାଇଭରକୁ ଗିରଫ ପାଇଁ ତନାଘନା ଚାଲି ଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.