Home ଅପରାଧ ୬୫ ବର୍ଷର ଦଳିତ ବୃଦ୍ଧଙ୍କ ଅଭିଯୋଗ – ପରିସ୍ରା ପିଇବାକୁ ବାଧ୍ୟକଲେ ଏବଂ ଲାଠିରେ ପିଟିଲେ

୬୫ ବର୍ଷର ଦଳିତ ବୃଦ୍ଧଙ୍କ ଅଭିଯୋଗ – ପରିସ୍ରା ପିଇବାକୁ ବାଧ୍ୟକଲେ ଏବଂ ଲାଠିରେ ପିଟିଲେ

298

ଲଳିତପୁର/ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ପୁଣି ଉତ୍ତର ପ୍ରଦେଶରେ ଦଳିତଙ୍କ ଉପରେ ଦବଙ୍ଗଙ୍କର ଅତ୍ୟାଚାର ଘଟଣା ସାମନାକୁ ଆସିଛି। ଏଏନଆଇର ଖବର ମୁତାବକ ଜଣେ ୬୫ ବର୍ଷର ଦଳିତ ବୃଦ୍ଧଙ୍କୁ ପରିସ୍ରା ପିଇବାକୁ ବାଧ୍ୟକରିଥିଲେ କିଛି ଦବଙ୍ଗ ଦୁର୍ବୃତ୍ତ। କେବଳ ସେତିକି ନୁହେଁ ଦଳିତଙ୍କୁ ଲାଠିରେ ନିର୍ଦ୍ଦୟ ଭାବରେ ପିଟିଥିଲେ ମଧ୍ୟ ବୋଲି ଅଭିଯୋଗ କରିଛନ୍ତି ବୃଦ୍ଧ ଜଣକ। ପୀଡିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ଏକ ସପ୍ତାହ ପୂର୍ବରୁ ଏହି ମାମଲାରେ ଏକ ଥାନାରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ମାମଲା ପ୍ରତ୍ୟାହାର କରିବାକୁ ଅଭିଯୁକ୍ତମାନେ ଦଳିତଙ୍କ ଉପରେ ଚାପ ପକାଉଥିଲେ। ଅଭିଯୁକ୍ତ ଜଣକ ବୃଦ୍ଧଙ୍କୁ ଏବଂ ତାଙ୍କ ପୁଅକୁ ଆପୋଷ ବୁଝାମଣା କରିବାକୁ ଏବଂ ପୋଲିସର ଅଭିଯୋଗ ଫେରାଇବାକୁ ବାଧ୍ୟ କରୁଥିଲେ। ବୃଦ୍ଧ ଜଣକ ଏପରି ନକରିବାରୁ ସୋନୁ ଯାଦବ ନାମକ ଜଣେ ବ୍ୟକ୍ତି ଏପରି ଅତ୍ୟାଚାର କରିଥିବା ବୃଦ୍ଧ ପ୍ରକାଶ କରିଛନ୍ତି। ସେ, କହିଛନ୍ତିଯେ, “ସୋନୁ ଯାଦବ ନାମକ ଜଣେ ବ୍ୟକ୍ତି ମୋତେ ଏକ କପ ଭର୍ତ୍ତି କରି ତାଙ୍କ ପରିସ୍ରା ପିଇବାକୁ ବାଧ୍ୟ କରିଥିଲା। ଯେତେବେଳେ ମୁଁ ମନା କଲି, ସେ ମୋତେ ଲାଠିରେ ଆକ୍ରମଣ କରିଥିଲା। ସେ କିଛି ଦିନ ପୂର୍ବରୁ ମୋ ପୁଅକୁ କୁରାଢ଼ିରେ ଆକ୍ରମଣ କରିଥିଲା ଏବଂ ଆମେ ତାଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲୁ। ତେଣୁ ସେ ଆମକୁ ଆପୋଷ ବୁଝାମଣା କରିବାକୁ ବାଧ୍ୟ କରୁଥିଲା।” ବୋଲି ରୋଡା ଗାଁ ବାସିନ୍ଦା ପ୍ରକାଶ କରିଛନ୍ତି।

ସୂଚନା ପାଇବା ମାତ୍ରେ ପୋଲିସ ଏକ ଏଫଆଇଆର ପଞ୍ଜିକରଣ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଏହି ମାମଲାରେ ଜଡିତ ଅନ୍ୟମାନଙ୍କୁ ଖୋଜା ଚାଲିଛି। ଆମେ କୌଣସି ପ୍ରକାରର ଧମକକୁ ସହ୍ୟ କରିବୁ ନାହିଁ ବୋଲି ମିର୍ଜା ମଞ୍ଜାର ବେଗ, ଏସପି, ଲଲିତପୁର, ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.