Home ଜିଲ୍ଲା ପରିକ୍ରମା ସଂଗ୍ରାମୀ ନେତା ମନମୋହନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ

ସଂଗ୍ରାମୀ ନେତା ମନମୋହନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ

2

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇ(ଏମ) କେନ୍ଦୁଝର ଜିଲ୍ଲା ପୂର୍ବତନ ସଂପାଦକ, ସିପିଆଇ(ଏମ) ସୁନ୍ଦରଗଡ ଜିଲ୍ଲା ପୂର୍ବତନ ଜିଲ୍ଲା କମିଟି ସଭ୍ୟ, ସିଆଇଟିୟୁ ପୂର୍ବତନ ଜିଲ୍ଲା କମିଟି ସଭ୍ୟ, ସିଆଇଟିୟୁ ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ ସଂଗଠକ, ତିହିଡି ଅଂଚଳରେ ସିପିଆଇ(ଏମ) ର ଅନ୍ୟତମ ପ୍ରତିଷ୍ଠାତା, ବରିଷ୍ଠ କମ୍ୟୁନିଷ୍ଟ ନେତା ମନମୋହନ ନାୟକ ଙ୍କ ଅମ୍ଳାନ ସ୍ମୃତି ପ୍ରତି ସିପିଆଇ(ଏମ) ପକ୍ଷରୁ ଆଜି ତାଙ୍କ ତିହିଡି ବ୍ଲକ କୋହ୍ଲ ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ଓ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି । ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ବିଷ୍ଣୁ ଚରଣ ଦାଶ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ଆଇନଜୀବି ବିକାଶ ନାଥ,ସିପିଆଇ(ଏମ) ନେତା ସଂଗ୍ରାମ ବଳ, ନିର୍ମଳ ଦଳେଇ ପ୍ରମୁଖ ଯୋଗଦେଇଥିଲେ । ସଂଗ୍ରାମୀ ମନମୋହନ ଙ୍କ ପୁତ୍ର ଆଇନଜୀବୀ ବିପ୍ଳବ ନାୟକ ଓ କ୍ରାନ୍ତିକାରୀ ନାୟକଙ୍କ ସମେତ ଭଦ୍ରକ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.