Home ଜିଲ୍ଲା ପରିକ୍ରମା ଧାମନଗର ବିକାଶର ହିସାବ ନେଲେ ଜିଲ୍ଲାପାଳ, ପ୍ରକଳ୍ପସ୍ଥଳରେ ପହଂଚି ପରଖିଲେ ବାସ୍ତବ ଚିତ୍ର

ଧାମନଗର ବିକାଶର ହିସାବ ନେଲେ ଜିଲ୍ଲାପାଳ, ପ୍ରକଳ୍ପସ୍ଥଳରେ ପହଂଚି ପରଖିଲେ ବାସ୍ତବ ଚିତ୍ର

2

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଏନ୍‌ଏସି ଅଂଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଓ ବାସ୍ତବ ସ୍ଥିତି ପରଖିଛନ୍ତି ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ। ଆଜି ଧାମନଗର ଗସ୍ତ ଅବସରରେ ଜିଲ୍ଲାପାଳ ବିଜ୍ଞାପିତ ଅଂଚଳ ପରିଷଦ ପରିଦର୍ଶନ କରିବା ସହ ବିଭିନ୍ନ ଜନହିତକର ଓ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ଅବସରରେ କେବଳ ସରକାରୀ ରିପୋର୍ଟ ଉପରେ ନିର୍ଭର ନକରି ଜିଲ୍ଲାପାଳ ନିଜେ ବିଭିନ୍ନ ପ୍ରକଳ୍ପସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଓ ବର୍ତମାନର ସ୍ଥିତି ଯାଂଚ କରିଥିଲେ। ପରିଷଦ ଅଂଚଳରେ ଚାଲୁ ରହିଥିବା ଉନ୍ନୟନ କାର୍ଯ୍ୟର ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ସହ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରକଳ୍ପଗୁଡ଼ିକର ସ୍ଥିତି ପରଖିଥିଲେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଏନ୍‌ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.