Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀ ସାହିତ୍ୟ ସଂସଦର କବିତା ଆସର

ଉତ୍କଳ କେଶରୀ ସାହିତ୍ୟ ସଂସଦର କବିତା ଆସର

2

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଶ୍ରୀବନ୍ତପୁର ସ୍ଥିତ ତାରିଣୀ ମନ୍ଦିର ପରିସରରେ ଆଜି ଉତ୍କଳ କେଶରୀ ସାହିତ୍ୟ ସଂସଦ ପକ୍ଷରୁ ଗଳ୍ପ କବିତା ଆସର ଓ ମହତାବଙ୍କ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ କବି ଚତୁଃର୍ଭୂଜ ପହିଙ୍କ କବିତା ସଂଯୋଜନାରେ କବି ଅନନ୍ତ ଚରଣ ବାରିକ, କିର୍ତନ ଚରଣ ନାୟକ,ନାରାୟଣ ସାହୁ,ବାବାଜୀ ଚରଣ ଦଳେଇ,ଗୌରାଙ୍ଗ ଖିଲାର,ଅନନ୍ତ ଚରଣ ମୁଦୁଲି,ମୁରଲୀ ଧର ବେହେରା,ଭାଗବତ ସାହୁ,ସୁବୋଧ କୁମାର ସାହୁ,ଶିବ ନାରାୟଣ ବିଶ୍ୱାଳ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଦ୍ୱିତୀୟ ଅଧିବେଶନର ଆୟୋଜିତ ସଭାକୁ ସଂସଦର ଉପସଭାପତି କବି ଅକ୍ଷୟ କୁମାର ଜେନା ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଆଲୋଚକ ଭାବେ ଡ଼ ସୁଭେନ୍ଦ୍ର କୁମାର ମିଶ୍ର,ଡ଼ ସୁଧାଂଶୁ ଶେଖର ନାୟକ,ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ବାରିକ, ଗଣେଷ ପ୍ରସାଦ କରଶର୍ମା ସାହିତ୍ୟର ବହୁମୁଖୀ କବିତା ରଚନା ଉପରେ ଆଲୋଚନା କରିଥିଲେ। ସମ୍ପାଦକ ରମାକାନ୍ତ ଜେନା ଅତିଥିଙ୍କୁ ମଂଚ ଆହ୍ୱାନ,ଜଗନ୍ନାଥ ପାତ୍ର ଉଦେଶ୍ୟ ଜ୍ଞାପନ ଓ ଶେଷରେ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆସନ୍ତା ବାର୍ଷିକ ଉତ୍ସବ ପାଳନ ନେଇ ଆଲୋଚନାରେ ଅଲେଖ ଚନ୍ଦ୍ର ନାୟକ,ଗୟାଧର ଦାସ,ହେମନ୍ତ କୁମାର ସିଂହ,ପଦ୍ମନାଭ ରାଉତ,ବଳରାମ ଜେନା,ସଂଗ୍ରାମ ଜେନା,ଶ୍ରୀକାନ୍ତ ପଣ୍ଡା,ପ୍ରଶାନ୍ତ ଜେନା ପ୍ରମୁଖ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.