Home ଜିଲ୍ଲା ପରିକ୍ରମା ଭଦ୍ରକ ଓ ଆଗରପଡାରେ ଡଃ ହରେକୃଷ୍ଣ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ ସଂଜୀବ ମଲ୍ଲିକ

ଭଦ୍ରକ ଓ ଆଗରପଡାରେ ଡଃ ହରେକୃଷ୍ଣ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ ସଂଜୀବ ମଲ୍ଲିକ

3

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ସୁଯୋଗ୍ୟ ସନ୍ତାନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୭ ତମ ଜନ୍ମ ଜୟନ୍ତୀ ଅବସରରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଭଦ୍ରକ ଓ ଆଗରପଡାସ୍ଥିତ ମହତାବଙ୍କ ପ୍ରତିମୃର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଆଜି ପ୍ରାତଃରେ ଭଦ୍ରକ ସହରର ମହତାବ ଛକ ଠାରେ ଥିବା ପ୍ରତିମୂର୍ତିରେ ଶ୍ରୀ ମଲ୍ଲିକଙ୍କ ସମେତ ଅତିରିକ୍ତ ଜିଲାପାଳ ସରୋଜ ଦତ, ଜିଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା, ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ପଣ୍ଡିତ ଦୈତ୍ୟାରି ମହାପାତ୍ର, ବସନ୍ତ ରାଉତ, କଳାକାର ତ୍ରିଲୋଚନ ପଣ୍ଡା, ବ୍ରଜସୁନ୍ଦର ଅଗସ୍ତି, ପାରିଷଦ ସହିଦ ଖାନ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେହିପରି ଆଗରପଡାରେ ଡଃ ହରେକୃଷ୍ଣ ମହତାବ ୟୁଥ୍‌କ୍ଲବ୍ ପକ୍ଷରୁ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ମଲ୍ଲିକ ଓ ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା ଓ ୟୁଥ୍ କ୍ଲବ୍‌ର ସଦସ୍ୟମାନେ ମହତାବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.