ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଦିନିଆ ବର୍ଷା ଓ ବାତ୍ୟାଜନିତ ପବନ ଚାଷୀଙ୍କ ମୁହଁରୁ ଛଡ଼ାଇ ନେଇଛି ହସ। ଅମଳ ସମୟରେ ବର୍ଷା ଜଳରେ ବୁଡ଼ି ରହିଛି ଏକର ଏକର ଧାନ ଫସଲ। ଫଳରେ ଚିନ୍ତାରେ ପଡ଼ିଛନ୍ତି ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ଚାଷୀକୁଳ। ଧାନ ଚାଷ ଉପରେ ନିର୍ଭର କରି ଚଳୁଥିବା ଅନେକ ପରିବାର ଏବେ ଆର୍ôଥକ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଚାଷୀଙ୍କ ଏଭଳି ଦୁର୍ଦ୍ଦଶାକୁ ଗୁରୁତ୍ୱର ସହ ନେଇଛନ୍ତି ବିଧାୟକ ସଞ୍ଜୀବ କୁମାର ମଲ୍ଲିକ। ଏନେଇ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସୋମେଶ କୁମାର ଉପାଧ୍ୟାୟଙ୍କୁ ଆଜି ଏକ ଲିଖିତ ଦାବିପତ୍ର ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବର୍ଷା ଓ ବାତ୍ୟାଜନିତ ପବନ ଯୋଗୁଁ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଓଠଳରେ ଠିଆ ହୋଇଥିବା ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଚାଷ ଜମିରେ ବର୍ଷା ପାଣି ଜମି ରହିବା ଫଳରେ ଚାଷୀମାନେ ଗୁରୁତର କ୍ଷତି ସହିଛନ୍ତି। ଏଭଳି ସ୍ଥିତିରେ ତୁରନ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କ୍ଷତିଗ୍ରସ୍ତ ଚାଷ ଜମିର ସରଜମିନ ତଦନ୍ତ କରିବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରିବାକୁ ଭଣ୍ଡାରୀ ପୋଖରୀ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବିଧାୟକ ପ୍ରତିନିଧି ପ୍ରଶାନ୍ତ ଦାସ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀ ଧର ନାୟକ, ଉତ୍କଳ କେଶୋରି ମହାନ୍ତି , ବ୍ଲକ ସଭାପତି ଲକ୍ଷ୍ମୀ କାନ୍ତ ମହାନ୍ତି, ବରିଷ୍ଠ ନେତୃତ୍ୱ ସୂର ପାଲ, ସଞ୍ଜୀବ ପରିଡ଼ା, ଦୀପ୍ତି ସୂର୍ଯ୍ୟ ବିଶ୍ୱାଳ, ସନ୍ତୋଷ ନାୟକ, ଗିରିଧାରୀ ସାହୁ, ଧୀରେନ୍ଦ୍ର ଖିଲାର, ବନମାଳୀ ବେହେରା, ସତ୍ୟାନନ୍ଦ ରାଉତ, ବୀରେନ୍ଦ୍ର ଜେନା, ବୀରେନ୍ଦ୍ର ନାୟକ, ମନୋରଞ୍ଜନ ସାହୁ, ବିଶ୍ୱଜିତ୍ ମହାପାତ୍ର, ଦିନେଶ ସାହୁ ପ୍ରମୁଖ ଦାବି କରିଛନ୍ତି । ଏଥିସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଶୀଘ୍ର ପ୍ରଦାନ କରିବା ସହ ସେମାନଙ୍କ ଆର୍ôଥକ ସ୍ଥିତିର ସୁଧାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି। ଏବେ ଚାଷୀଙ୍କ ଆଖିରେ ଲୁହ, ମନରେ ଅସୁମାରି ଚିନ୍ତା। ଋଣ କରି ଚାଷ କରିଥିବା ଚାଷୀ ଫସଲ ନଷ୍ଟ ହେବା ପରେ କିପରି ପରିବାର ଚଳାଇବେ, ତାହାକୁ ନେଇ ଚିନ୍ତିତ। ତେଣୁ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ଦେଇ ତୁରନ୍ତ ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ଦାବି ହୋଇଛି। ଏବେ ଦେଖିବାକୁ ବାକି ରହିଲା, ଚାଷୀଙ୍କ ଏହି ଦୁର୍ଦ୍ଦଶା ପ୍ରତି ଜିଲ୍ଲା ପ୍ରଶାସନ କେବେ ଦୃଷ୍ଟି ଦେଉଛି ଏବଂ କେବେ ମିଳୁଛି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ।
Home ଜିଲ୍ଲା ପରିକ୍ରମା ଅଦିନିଆ ବର୍ଷାରେ ଉଜୁଡ଼ିଲା ଚାଷୀଙ୍କ ଧାନ ଫସଲ, କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ଦାବି...







