ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ କମିଟି ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବକୁ ସରସ ସୁନ୍ଦର ଏବଂ ଆଡମ୍ଭର ସହକାରେ ପାଳନ କରିବାକୁ ମନସ୍ଥ କରିଥିବା ବେଳେ ଏଥି ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଧାମରା ବିଜେପି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହୋଇଥିବା ବୈଠକରେ ଧାମରାଇ ମଣ୍ଡଳ ର ସଭାପତି ଟୁଲୁ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଧାମରା ପଂଚାୟତ ସମିତି ସଭ୍ୟ ପାପା ଜେନା, ସୁବାଶ ଦାସ,ଦେବେନ୍ଦ୍ର ନାୟକ, ରମେଶ ଚନ୍ଦ୍ର ବାରିକ, ନରହରି ମଲିକ, ଅଭିମନ୍ୟୁ ରାଉତ, ଅତୁଲ ଜାନା, ବିପିନ ବେହେରା, ଚନ୍ଦ୍ର ଶେଖର ଜେନା, ରୁଦ୍ର ମହାନ୍ତି, ସୌମ୍ୟରଞ୍ଜନ ଲେଙ୍କା, ହରିହର ଜେନା, ଗଣେଶ ସେଠୀ,ଧ୍ରୁବ ବେହେରା , ବିଜୟ ନାୟକ ଙ୍କ ସମେତ ଧାମରା , ବାଂଶଡା, ଜାଗୁଳା, କରଞ୍ଜମାଳ, କଇଥଖୋଲା, ଦୋସିଙ୍ଗା ,କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତ ବହୁ ବିଜେପି କର୍ମୀ ମାନେ ଉପସ୍ଥିତରହିବା ସହ ଏହି ପ୍ରମୁଖ ବୋଇତ ବନ୍ଦାଣ ଉତ୍ସବକୁ ସଫଳତାର ସହ ସମ୍ପର୍ଣ କରାଯିବାକୁ ଶପଥ ନେଇଥିଲେ।







