ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକ ଟିକିରା ସ୍ଥିତ ପ୍ରିୟସାର୍ ଶିକ୍ଷାନୁଷ୍ଠାନର ୧୦ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ ସଭାରେ ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାନୁଷ୍ଠାନ ମେଧାଛାତ୍ର ତିଆରିରେ ପ୍ରମୁଖ ଭୂମିକା ନିଭାଇ ଥାଏ, ସମସ୍ତଙ୍କୁ ସମାନତା ଭିତିରେ ଶିକ୍ଷାଦାନ କରି ଭବିଷ୍ୟତରେ ସୁନାଗରିକ କରି ଗଢି ତୋଲିବାରେ ପ୍ରିୟସାର୍ ଶିକ୍ଷାନୁଷ୍ଠାନ ସଂପୃକ୍ତ ଅଂଚଳରେ ଜନ ଆଦୃତ ଲାଭ କରିପାରିଛି ବୋଲି ସେ କହିଥିଲେ। ନିର୍ଦ୍ଦେଶକ ପ୍ରିୟବ୍ରତ ରାଉତଙ୍କ ସଭା ପରିଚାଳନାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା,ପୁରୁଷଣ୍ଢ ସୋସାଇଟି ସଭାପତି ପ୍ରଶାନ୍ତ ଦାସ,ଅଧ୍ୟାପିକା ପ୍ରେମଲତା ଦାଶ,ଶିକ୍ଷାବିତ ନାରାୟଣ ଚନ୍ଦ୍ର ପୁରୀ,ପୂର୍ବତନ ସରପଂଚ ବନମାଳୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପାଠ ସହ ସଂସ୍କାରମୁଖୀ କାର୍ଯ୍ୟ ର୍କରି ଭବିଷ୍ୟତରେ ଭଲ ମଣିଷ ହେବାକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନୃତ୍ୟ,ସଙ୍ଗୀତ,ସାଧାରଣଜ୍ଞାନ,ଚେସ୍,ଚିତ୍ରାଙ୍କନ,କ୍ଷୁଦ୍ରଗଳ୍ପ ରଚନା ଏବଂ ପୂର୍ବବର୍ଷର କୃତି ଛାତ୍ରଛାତ୍ରୀଙ୍କୁ ମେଡ଼ାଲ,ଟ୍ରଫି,ପାଠ ଉପକରଣ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ଆଦିତ୍ୟ କୁମାର ପଣ୍ଡା ଅତିଥି ପରିଚୟ ଓ ଶେଷରେ ଚନ୍ଦକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଚିନ୍ମୟୀ ପାଣି,ବନ୍ଦନା ଗୁଇଁ,ପୂଜାରାଣୀ ଓଝା,ସ୍ୱପ୍ନାଶ୍ରୀ ବେହେରା,ତେଜସ୍ୱନୀ ଦାସ,ଗୁଡ଼ି ଜେନା,ପୁଷ୍ପଲତା ଜେନା,ଅନନ୍ତ କୁଣ୍ଡୁ,ଅଂଶୁମାନ ସାହୁ ପ୍ରମୁଖ ସହଯୋଗ କରିଥିଲେ।







