Home ଜିଲ୍ଲା ପରିକ୍ରମା ଏସବିଡି ଇଂଟନ୍ୟାସ୍‌ନାଲ୍ ସ୍କୁଲରେ ବାର୍ଷିକ ପ୍ରଦର୍ଶନୀ ଉଦ୍‌ଯାପିତ

ଏସବିଡି ଇଂଟନ୍ୟାସ୍‌ନାଲ୍ ସ୍କୁଲରେ ବାର୍ଷିକ ପ୍ରଦର୍ଶନୀ ଉଦ୍‌ଯାପିତ

1

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ପ୍ରତିଭାର ଉନ୍ମେଷ, ସୃଜନଶୀଳତାର ବିକାଶ ତଥା ବୈଜ୍ଞନିକ ମନୋଭାବର ପରିପ୍ରକାଶ ଲକ୍ଷ୍ୟରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ୍‌ବିଡ଼ି ଇଂଟରନ୍ୟାସ୍‌ନାଲ ସ୍କୁଲ ପରିସରରେ ଏକ ବର୍ଣ୍ଣାତ୍ମ୍ୟ ବାର୍ଷିକ ପ୍ରଦର୍ଶନୀ ଗତ ୧୪ ଓ ୧୫ତାରିଖରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀକୁ ଶ୍ରୀଯୁକ୍ତ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ଭଦ୍ରକ ଏବଂ ପ୍ରସୂକ ଜୈନ, ମୁଖ୍ୟ ଆର୍ôଥକ ଅଧିକାରୀ ଫେକର, ଭଦ୍ରକ ଯଥାକ୍ରମେ ମୁଖ୍ୟ ଅତିଥୁ ଏବଂ ସମ୍ମାନିତ ଅତିଥିରୂପେ ଯୋଗଦେଇ ବିଦ୍ୟାଳୟର ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ୍ , ଚେୟାରମ୍ୟାନ ଦେବାଶିଷ ଦୀକ୍ଷିତ୍‌, ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଯୁଧୁଷ୍ଠିର ଦେବତା, ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଓ ଦେବେନ୍ଦ୍ର ଶତପଥୀ, ମାଡ଼ାମ୍ ଚେୟାରମ୍ୟାନ ଆଶାବରୀ କର, ଉପାଧ୍ୟକ୍ଷା ପୁଷିତା ସ୍ୱାଇଁ ଏବଂ ଇଜି ବ୍ରାଇଜ୍ ଲିଃ ର ପ୍ରତିଷ୍ଠାତ୍ରୀ ପାୟଲ ଜୈନଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଦର୍ଶନୀର ଶୁଭ ଉଦ୍‌ଘାଟନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ଦେବତା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପ୍ରଦର୍ଶନୀର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ। ଚେୟାରମ୍ୟାନ ଶ୍ରୀ ଦୀକ୍ଷିତ୍ ନିଜ ବକ୍ତବ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ମାର୍ଗଦର୍ଶକ ଶ୍ରୀ ମହାପାତ୍ର ବିଦ୍ୟାଳୟର ପ୍ରଚେଷ୍ଠାକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ଅନୁଷ୍ଠାନ ସଫଳତାର ମାଇଲଖୁଂଟ ସ୍ଥାପନ କରିପାରିବ ବୋଲି ଆଶାବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ନିଜସ୍ୱ ଅଭିଭାଷଣରେ କହିଥିଲେ ଯେ ଶିକ୍ଷା କେବଳ ପାଠ୍ୟ ପୁସ୍ତକ ମଧ୍ୟରେ ସୀମିତ ନରହି ବ୍ୟାବହାରିକ ଜ୍ଞାନ, ଅନୁସନ୍ଧାନ ଓ ସୃଜନଶୀଳତାକୁ ଗୁରୁତ୍ୱ ପ୍ରଦାନ କରିବା ଉଚିତ୍‌, ସମ୍ମାନିତ ଅତିଥ୍ ଶ୍ରୀ ଜୈନ ବିଦ୍ୟାଳୟର ଉଦ୍ୟମକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନଙ୍କୁ କର୍ମଠ ଓ ଉଦ୍ୟମୀ ହେବାକୁ ଉପଦେଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ବିଷୟଭିଭିକ ଆକର୍ଷଣୀୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଯଥା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ସାମାଜିକ ବିଜ୍ଞାନ, ଗଣିତ, ଇଂରାଜୀ, କମ୍ପ୍ୟୁଟର, ଓଡ଼ିଆ, ହିନ୍ଦୀ, କଳା, ସଂଗୀତ, ନାଚ, ଶାରୀରିକ ଶିକ୍ଷା ତଥା କ.ଏ ବିଭାଗର କୁନିକୁନି ଶିଶୁମାନଙ୍କଦ୍ୱାରା ପ୍ରସ୍ତୁତ ହେଇଥିବା ମନୋରମ ପ୍ରକଳ୍ପଗୁଡ଼ିକ ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଅତିଥିମାନେ ପ୍ରଦର୍ଶନୀରେ ସ୍ଥାନିତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ଉଦ୍ଭାବନୀ ଚିନ୍ତାଧାରା, ଜ୍ଞାନ କୌଶଳ ଓ ସୃଜନଶୀଳତାର ଉଚ୍ଚ ପ୍ରଶଂସା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଅଭିଭାବକ ଓ ବିଟରକ ମଣ୍ଡଳୀଦ୍ୱାରା ପ୍ରଶଂସିତ ହୋଇଥିଲା। ସର୍ବଶେଷରେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଦ୍ୟାଳୟ ତରଫରୁ ସମସ୍ତ ଅତିଥୁ, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମପ୍ସରୀ ଓ ଛାତ୍ରଛାତ୍ରୀମାନଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.