ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ସେଣ୍ଢତିରା ପଚାଂୟତ ବାଲିଗଢିଆ ଗ୍ରାମର ଧର୍ମପରାୟଣା ମହିଳା ସ୍ୱର୍ଗତ ସାବିତ୍ରୀ ଧଳଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି । ଯୁବ ସମାଜସେବୀ ହିମାଂଶୁ ଶେଖର ଧଳଙ୍କ ତତ୍ୱାବଧାନରେ ଅବସରପ୍ରାପ୍ତ ନୌସେନା ଅଧିକାରୀ ସୋମନାଥ ଧଳ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିବିରରେ ୬୫ ରୁ ଉର୍ଦ୍ଧ ରୋଗୀଙ୍କୁ ସ୍ୱାସ୍ଥୀ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଟଂନ କରାଯାଇଥିଲା । ଡାକ୍ତର ନିରଞ୍ଜନ ଜେନା ଓ ସୌମ୍ୟରଞ୍ଜନ ଜେନା ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଶିବିର ପରିଚାଳନାରେ ବିପ୍ରରଞ୍ଜନ ବାରିକ, ସାଇସୋନୀ ବେହେରା, ଭଗବାନ ଜେନା, ଚରଞ୍ଜିବୀ ଧଳ, ସତ୍ୟ ସମୀର ବିଶ୍ୱାଳ, ଦେବାଂଶୁ ବେହେରା, ମହେଶ୍ୱର ଧଳ, ସୁଲଗ୍ନା ଧଳ ସହଯୋଗ କରିଥିଲେ ।








