ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରେ ପରିବାର ଲୋକେ ଶୋଇଥିବାବେଳେ ଘରେ ପଶି ଚୋରି କରିବାକୁ ପଛାଇଲେ ନାହିଁ ଦୁର୍ବୃତ୍ତ। ରାତି ଅଧରେ ଘରୁ ଟ୍ରଙ୍କ୍, ଆଟାଚ୍ କେସ୍ ଓ ବ୍ୟାଗ୍ ଉଠାଇ ନେବା ପରେ ନଦୀକୂଳରେ ଭାଙ୍ଗି ସୁନା, ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ଧୂଷୁରୀ ଥାନା ଅନ୍ତର୍ଗତ ପଙ୍ଗଟା ଗ୍ରାମରେ ଘଟିଥିବା ଏହି ଚୋରି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।ଅଭିଯୋଗ ଅନୁଯାୟୀ, ପଙ୍ଗଟା ଗ୍ରାମର ଅରୁଣ କୁମାର ମହାଳିକ ଗତ ୧୩ ତାରିଖ ରାତି ପ୍ରାୟ ୨ ଟାରେ ପରିସ୍ରା କରିବାକୁ ଉଠିଥିବାବେଳେ ଘରର କବାଟ ଖୋଲା ଥିବା ଦେଖିଥିଲେ। ଯାଞ୍ଚ କରିବାରୁ ଘରେ ରଖାଯାଇଥିବା ଟ୍ରଙ୍କ୍, ଆଟାଚ୍ କେସ୍, ଏୟାର ବ୍ୟାଗ୍ ଓ ମୋବାଇଲ୍ ଫୋନ୍ ଗାଏବ ଥିବା ଜଣାପଡ଼ିଥିଲା। ତାଙ୍କ ପୁଅ ଓ ଝିଅ ଶୋଇଥିବା କୋଠରିରୁ ମଧ୍ୟ ଟ୍ରଙ୍କ୍ ଓ ଆଟାଚ୍ କେସ୍ ନିଆଯାଇଥିଲା।ସକାଳେ ଖୋଜାଖୋଜି କରିବାରୁ ନଦୀକୂଳରେ ଭଙ୍ଗା ଟ୍ରଙ୍କ୍, ଆଟାଚ୍ କେସ୍ ଓ ବ୍ୟାଗ୍ ପଡ଼ିଥିବା ଦେଖିବାକୁ ମିଳିଥିଲା।








