Home ଜିଲ୍ଲା ପରିକ୍ରମା ପଙ୍ଗଟାରେ ଚୋରି,ଘରୁ ଟ୍ରଙ୍କ ଉଠାଇ ନଦୀକୂଳରେ ଭାଙ୍ଗିଲେ

ପଙ୍ଗଟାରେ ଚୋରି,ଘରୁ ଟ୍ରଙ୍କ ଉଠାଇ ନଦୀକୂଳରେ ଭାଙ୍ଗିଲେ

3

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରେ ପରିବାର ଲୋକେ ଶୋଇଥିବାବେଳେ ଘରେ ପଶି ଚୋରି କରିବାକୁ ପଛାଇଲେ ନାହିଁ ଦୁର୍ବୃତ୍ତ। ରାତି ଅଧରେ ଘରୁ ଟ୍ରଙ୍କ୍‌, ଆଟାଚ୍ କେସ୍ ଓ ବ୍ୟାଗ୍ ଉଠାଇ ନେବା ପରେ ନଦୀକୂଳରେ ଭାଙ୍ଗି ସୁନା, ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ଧୂଷୁରୀ ଥାନା ଅନ୍ତର୍ଗତ ପଙ୍ଗଟା ଗ୍ରାମରେ ଘଟିଥିବା ଏହି ଚୋରି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।ଅଭିଯୋଗ ଅନୁଯାୟୀ, ପଙ୍ଗଟା ଗ୍ରାମର ଅରୁଣ କୁମାର ମହାଳିକ ଗତ ୧୩ ତାରିଖ ରାତି ପ୍ରାୟ ୨ ଟାରେ ପରିସ୍ରା କରିବାକୁ ଉଠିଥିବାବେଳେ ଘରର କବାଟ ଖୋଲା ଥିବା ଦେଖିଥିଲେ। ଯାଞ୍ଚ କରିବାରୁ ଘରେ ରଖାଯାଇଥିବା ଟ୍ରଙ୍କ୍‌, ଆଟାଚ୍ କେସ୍‌, ଏୟାର ବ୍ୟାଗ୍ ଓ ମୋବାଇଲ୍ ଫୋନ୍ ଗାଏବ ଥିବା ଜଣାପଡ଼ିଥିଲା। ତାଙ୍କ ପୁଅ ଓ ଝିଅ ଶୋଇଥିବା କୋଠରିରୁ ମଧ୍ୟ ଟ୍ରଙ୍କ୍ ଓ ଆଟାଚ୍ କେସ୍ ନିଆଯାଇଥିଲା।ସକାଳେ ଖୋଜାଖୋଜି କରିବାରୁ ନଦୀକୂଳରେ ଭଙ୍ଗା ଟ୍ରଙ୍କ୍‌, ଆଟାଚ୍ କେସ୍ ଓ ବ୍ୟାଗ୍ ପଡ଼ିଥିବା ଦେଖିବାକୁ ମିଳିଥିଲା। ଦୁର୍ବୃତ୍ତମାନେ ଟ୍ରଙ୍କ୍ ଭାଙ୍ଗି ଗୋଟିଏ ଯୋଡ଼ି ସୁନା କାନଫୁଲ, ଗୋଟିଏ ସୁନା ମୁଦି, ଦୁଇ ଯୋଡ଼ି ରୁପା ପାଉଁଜ ଓ ନଗଦ ୫ ହଜାର ୪୦୦ ଟଙ୍କା ନେଇଯାଇଥିବା ଏତଲାରେ ଦର୍ଶାଯାଇଛି। ଚୋରି ସମ୍ପତ୍ତିର ଆନୁମାନିକ ମୂଲ୍ୟ ୩୦ ହଜାର ୪୦୦ ଟଙ୍କା।ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ କେସ୍ ନମ୍ବର ୪୯୦/୨୦୨୬ରେ ବିଏନ୍‌?ଏସ୍‌?ର ଧାରା ୩୩୧(୪)/୩୦୫ ଅନୁଯାୟୀ ମାମଲା ରୁଜୁ ହୋଇଛି। ଆଇଆଇସି ଅଜୟ ସୁଦର୍ଶନ ବାଗ ଙ୍କ ନିର୍ଦ୍ଦେଶକ୍ରମେ ଏସ୍‌?ଆଇ ବିନମୟ ପାତ୍ର ଘଟଣାର ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.