Home ଜିଲ୍ଲା ପରିକ୍ରମା ଅଖିଳ ଭାରତ କୃଷକ ସଭା ୩୬ତମ ସର୍ବଭାରତୀୟ ସମ୍ମିଳନୀ ପାଇଁ ଓଡିଶାରୁ କୃଷକ ନେତାଙ୍କ ତେଲେଙ୍ଗାନା...

ଅଖିଳ ଭାରତ କୃଷକ ସଭା ୩୬ତମ ସର୍ବଭାରତୀୟ ସମ୍ମିଳନୀ ପାଇଁ ଓଡିଶାରୁ କୃଷକ ନେତାଙ୍କ ତେଲେଙ୍ଗାନା ଯାତ୍ରା

4

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ସଂସଦରେ ଭୂସଂସ୍କାର ଆଇନ ପ୍ରଣୟନ କର, ଆମ ଦେଶର ସମସ୍ତ ଚାଷ ଜମି ବିହୀନ ଚାଷୀ ମାନଙ୍କୁ ଏକର ଲେଖାଏଁ ଚାଷ ଜମି ଯୋଗାଅ, ଭୂମିହୀନ କୃଷକ ମାନଙ୍କୁ ୧୦ ଡିସମିଲ ଘରଡିହ ସହ ପଟ୍ଟା ପ୍ରଦାନ କର, ୨୦୦୬ ଜଙ୍ଗଲ ଅଧିକାର ଆଇନ ର ସୁରକ୍ଷା କର, ଚାଷ ଜମି ଓ ଜଙ୍ଗଲ ଜମିର କର୍ପୋରେଟ କରଣ ବଂଦ କର, ସମସ୍ତ ଅଣଜଳସେଚିତ ଜମି କୁ ଜଳସେଚନ କର, ବନ୍ୟା ବାତ୍‌ଯା ଓ ମରୁଡି ର ସ୍ଥାୟୀ ପ୍ରତିକାର କର, ସମସ୍ତ କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଯୁକ୍ତ ( ଏମ୍ ଏସ୍ ପି ) ଆଇନ ପ୍ରଣୟନ କର, କୃଷକ ଓ ଭାଗଚାଷୀ ମାନଙ୍କ କୃଷି ଋଣ, ମହାଜନୀ ଋଣ ଛାଡ କର, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫ କୁ ସଠିକ ଭାବେ କାର୍ଯ୍ୟକାରୀ କର, ଜନବିରୋଧି ଏସ୍ ଆଇ ଆର ବାତିଲ କର, ଭୋଟଚୋର ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଗିରଫ କର, ଭାରତରେ ବ୍ୟାପକ ନିର୍ବାଚନୀ ସଂସ୍କାର ଆଣ, ଆମ ଦେଶର କଷ୍ଟଲବ୍ଧ ସ୍ୱାଧୀନତା, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା କର ଆଦି ଦାବି ନେଇ ଅଖିଳ ଭାରତ କୃଷକ ସଭା ର ୩୬ ତମ ସର୍ବଭାରତୀୟ ସମ୍ମିଳନୀ ତେଲେଙ୍ଗାନା ସଶସ୍ତ୍ର କୃଷକ ବିଦ୍ରୋହ ସ୍ଥଳୀ ତେଲେଙ୍ଗାନା ରାଜ୍ୟ ଅନ୍ତର୍ଗତ ନାଲଗୋଣ୍ଡା ଠାରେ ଆସନ୍ତା ନଭେମ୍ବର ୧୫, ୧୬ , ୧୭ ଓ ୧୮ ଚାରିଦିନ ଧରି ଅନୁଷ୍ଠିତ ହେବ । ଏହି ସର୍ବଭାରତୀୟ ସମ୍ମିଳନୀ ରେ ଆମ ଦେଶର ବିଭିନ୍ନ ରାଜ୍ୟ ଓ ପ୍ରାନ୍ତରୁ ୮୦୦ ଜଣ ଚାଷୀ ଓ ଭାଗଚାଷୀ ମାନଙ୍କ ପ୍ରତିନିଧି ଓ ଦର୍ଶକ ଯୋଗଦେଇ ଆମ ଦେଶର ବିକଳ୍ପ କୃଷି ନୀତି ଓ କୃଷକ ମାନଙ୍କ ଦାୟିତ୍ୱ ସଂପର୍କରେ ଆଲୋଚନା କରାଯାଇ ବିକଳ୍ପ ଲଢେଇ ର ନକ୍ସା ପ୍ରସ୍ତୁତ କରାଯିବ । ଏହି ଐତିହାସିକ ସମ୍ମିଳନୀରେ ଯୋଗଦେବା ପାଇଁ ଅଖିଳ ଭାରତ କୃଷକ ସଭା ସହବଂଧିତ ଓଡିଶା କୃଷକ ସଭା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସଭାପତି ସିତାଂଶୁ ସେନାପତି ଓ ରାଜ୍ୟ ସାଧାରଣ ସଂପାଦକ ଯମେଶ୍ୱର ସାମନ୍ତରାୟଙ୍କ ନେତୃତ୍ୱରେ ବରିଷ୍ଠ ଚାଷୀ ନେତା ଅଭିରାମ ବେହେରା, ଗୟାଧର ଧଳ, ଭୀମସେନ ସ୍ୱାଇଁ, ପବିତ୍ର ଇନ୍ଦ୍ରଜିତ, ବିକାଶ ନାଥ, ସମୀର ନାୟକ, ଚାମ୍ବୁର ସୋରେନ, ମୀନା ପ୍ରଧାନ, ବୁଦ୍ଧୁନି ମୁଣ୍ଡାରୀ ପ୍ରମୁଖ ନାଲଗୋଣ୍ଡା ଅଭିମୁଖେ ଯାତ୍ରା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.