ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ପଚାଂୟତ ବାଲିପୋଖରୀ ଠାରେ ସାର୍ବଜନୀନ କାଳୀପୂଜା ଧୂମଧାମ୍ରେ ଚାଲିଛି । ଏହି ପୂଜା ୬୩ ବର୍ଷରେ ପଦାର୍ପଣ କରିଥିବା ବେଳେ ଅନ୍ତରାର ମୂର୍ତର୍ର୍ିର୍କାରିଗର ଦାମୋଦର ବେହେରାଙ୍କ ଦ୍ୱାରା ଠାକୁରଙ୍କ ମୂର୍ତର୍ି ଓ ପାଶ୍ୱର୍ ମୂର୍ତି ମାନ ନିର୍ମାଣ କରାଯାଇଛି । ବିନୋଦ ବିହାରୀ ଦାସ କଳସ ଆଣିଥିବା ବେଳେ ପଣ୍ଡିତ ରଘୁନାଥ ଶତପଥି ପୂଜାର୍ଚ୍ଚନା କରୁଛନ୍ତି । ୭ ଦିନ ବ୍ୟାପି ଏହି ପୂଜା ପାଳନ କରାଯିବ । ବାଲିପୋଖରୀ ହାଟ କମିଟିର ସଭାପତି ବନମାଳୀ ନାୟକ, ଉପ-ସଭାପତି ବିନୋଦ ଦାସ, ସମ୍ପାଦକ ସୀତାକାନ୍ତ ଜେନା,ଗୌତମ ନାୟକ, ସମାଜସେବୀ ସୁଦର୍ଶନ ଜେନା, କୃଷ୍ଣ ଚନ୍ଦ୍ର ନାୟକ, ପ୍ରଶାନ୍ତ ରାଉଳ, ଗଜେନ୍ଦ୍ର ଜେନା, ବାବାଜୀ ସାହୁ, ବିଜୟ ପଣ୍ଡା, ପଦ୍ମନାଭ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । ଏହି ମେଳା ପାଇଁ ଏଠାକାର ବଜାର ଅଚଂଳକୁ ଆକର୍ଷଣୀୟ ତୋରଣ ଓ ଆଲୋକମାଳାରେ ସଜ୍ଜିତ କରାଯାଇଛି । ମିନା ବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଖାଦ୍ୟ ପସରା ମାନ ଖୋଲା ଯାଇଥିବାରୁ ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ସୁଦର୍ଶନ ଜେନାଙ୍କ ତତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବା ବେଳେ ମଂଚ ଉପସ୍ଥାପକ ଅଖନ କର କୁନି କୁନି ନୃତ୍ୟ ଶିଳ୍ପୀ ମାନଙ୍କ ନୃତ୍ୟ ପରିବେଷଣରେ ସହଯୋଗ କରୁଛନ୍ତି । ଗୁରବାର ସନ୍ଧ୍ୟାରେ ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ,ଚାରିଗାଁ ସମିତି ସଭ୍ୟ ଧରଣୀ ଧର କର, ମଦନ କଟୁଆଳ, ମଦନ ମୋହନ ଦାଶ,ଆଇନଜିବୀ ସୁରେନ୍ଦ୍ର କର, ରାମଚନ୍ଦ୍ର ବେହେରା, ଶ୍ରୀବତ୍ସ କର, ସନ୍ତୋଷ ପଣ୍ଡା, ପଦ୍ମ ଲୋଚନ ଜେନା ପ୍ରମୁଖ ଠାକୁରଙ୍କ ଆଶିଷ ଲାଭ କରିଛନ୍ତି । ଆସନ୍ତା ରବିବାର ଠାକୁରଙ୍କ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ।








