ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ପୁରୁଷଣ୍ଢ ପଚାଂୟତର ନୂତନ ଗୃହକୁ ଭଣ୍ଡାରିପାଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ଆଜି ଉଦଘାଟନ କରିଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ପାଖାପାଖି ୮୦ ଲକ୍ଷରୁ ଉର୍ଦ୍ଧ ଟଙ୍କାରେ ନିର୍ମିତ ପଚାଂୟତ ଗୃହ, ସୁବିଧା କେନ୍ଦ୍ର ଓ କଲ୍ୟାଣ ମଣ୍ଡପ, ମୁଖ୍ୟ ଫାଟକ ଓ ପାଚେରୀ ଆଦି ଅତ୍ୟାଧୁନିକ ଢାଚାଂରେ ନିର୍ମାଣ ହୋଇଛି । ଏନେଇ ଆୟୋଜିତ ସଭାକୁ ସରପଚଂ ପ୍ରକାଶ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲ୍ଲାପରିଷଦ ସଭ୍ୟା ରୁନିତା ଦାସ, ପୁରୁଷଣ୍ଢ ସୋସାଇଟି ସଭାପତି ପ୍ରଶାନ୍ତ ଦାଶ, ବିଟିପୁର ସରପଚଂ ସୁଭଦ୍ରା ସିଂହ, ବଡ ମହିଷଗୋଠ ସରପଚଂ ବିନୋଦିନୀ ମହାନ୍ତି, ପୁରୁଷଣ୍ଢ ସମିତିସଭ୍ୟା ଶୁଶିଳା ଜେନା, ଆଗରପଡା ଆଚଂଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମଚନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପଚାଂୟତ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ଦ୍ୱାରା ନିର୍ବାଚିତ ପଚାଂୟତ ପ୍ରତିନିଧି ,ସରକାରୀ କର୍ମଚାରୀ ଏବଂ ଏଠାକୁ ଦୈନଦିନ କାର୍ଯ୍ୟ ପାଇଁ ଆସୁଥିବା ଲୋକ ମାନଙ୍କ ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ ବୋଲି ବିଧାୟକ କହିଥିଲେ । ଏହି ଅବସରରେ ପଂଚାୟତର ଏମବିକେ ଓ ସିଆରପି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଶେଷରେ ଯୁବନେତା ନିର୍ମଳ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ । ନିର୍ବାହୀ ଅଧିକାରୀ ବୀରକିଶୋର ନାୟକଙ୍କ ତତ୍ୱାବଧାନରେ ବିଷ୍ଣୁ ସାହୁ, କହ୍ନେଇ ନାୟକ, ରମେଶ ସାହୁ, ଅଶୋକ ସେଠୀ, ସଲିମ୍ ଖାଁ ପ୍ରମୁଖ ସହଯୋଗ କରିଥିଲେ । ଏହି ଗୃହ ଆଜି ଉଦଘାଟନ ହେବା ପରେ ପଚାଂୟତବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ପ୍ରକାଶଥାଉକି ପୁରାତନ ପୁରୁଷଣ୍ଢ ପଚାଂୟତ କାର୍ଯ୍ୟାଳୟ ଦୀର୍ଘ ବର୍ଷ ଧରି ବେଲସରପୁରସ୍ଥିତ ପୁରୁଣା କୋଠାରେ ସଂକୀର୍ଣ୍ଣ ସ୍ଥାନରେ କାର୍ଯ୍ୟ କରୁଥିଲା । ଉପଯୁକ୍ତ ସ୍ଥାନ ଅଭାବ,ଅଣଓସାରିଆ ପାହାଚ ସାଙ୍ଗକୁ ବିଶେଷ କରି ଭତା ବାରିରେ ବୃଦ୍ଧ ବୃଦ୍ଧା ମାନେ ନାହିଁ ନଥିବା ଅସୁବିଧା ଭୋଗ କରି ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପଚାଂୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ, ସିଏଫସି ଅନୁଦାନ, ପଚଂମ ଅର୍ଥ କମିଶନ,ପଚାଂୟତ ସମିତି ବନ୍ତ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇଥିଲା ।
Home ଜିଲ୍ଲା ପରିକ୍ରମା ପୁରୁଷଣ୍ଢ ପଚାଂୟତ ନୂତନ ଗୃହ ଉଦ୍ଘାଟିତ, ୮୦ ଲକ୍ଷରୁ ଉର୍ଦ୍ଧରେ ପଚାଂୟତ ଗୃହ, ସୁବିଧା କେନ୍ଦ୍ର,...








