Home ଜିଲ୍ଲା ପରିକ୍ରମା ମାଟିର ଗୌରବ ଗୀତିକା ଗାଇଥାଏ ମହୋତ୍ସବ, ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଉଦଯାପିତ

ମାଟିର ଗୌରବ ଗୀତିକା ଗାଇଥାଏ ମହୋତ୍ସବ, ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଉଦଯାପିତ

2

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଟିର ଇତିହାସ, ଐତିହ୍ୟ, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ସ୍ମୃତିକୁ ଉଜାଗର କରିବା ସହ ମାଟି ଓ ଜାତିର ଗୌରବ ଗୀତିକା ଗାଇଥାଏ ମହୋତ୍ସବ।ଅପରପକ୍ଷରେ ପୁସ୍ତକ ମେଳା,ଜ୍ଞାନ, ବିଜ୍ଞାନ,କଳା, ସାହିତ୍ୟ ଓ ବାଣିଜ୍ୟର ମଧୁର ମିଳନର ସାରସ୍ୱତ ସମାରୋହ। ମହୋତ୍ସବ ଓ ପୁସ୍ତକ ମେଳା ନୂତନ ପ୍ରତିଭାକୁ ଲୋକ ଲୋଚନକୁ ଆଣେ ଓ ପ୍ରତିଷ୍ଠିତ ପ୍ରତିଭାକୁ ସମ୍ମାନିତ କରେ ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ତଥା ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଆୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା -୨୦୨୬ର ଉଦଯାପନୀ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟ ତଥା ଉପସଭାପତି ରବୀନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମାରୋହରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମୁଖ୍ୟ ଅତିଥି , ଭଦ୍ରକ ଜିଲ୍ଲା ଡେପୁଟି କଲେକ୍ଟର ଦେବବ୍ରତ ମହାପାତ୍ର ବିଶିଷ୍ଟ ଅତିଥି, ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା,ଏବଂ ଭଦ୍ରକ ଜିଲ୍ଲା ସହ ଚିକିତ୍ସାଧିକାରୀ ଡା. ସୁଧୀରଞ୍ଜନ ନାୟକ , ରୋଟାରୀୟାନ୍ ଅଧ୍ୟାପକ ଶେଖ୍ ନାସିର ବକ୍ସ, ବରିଷ୍ଠ ସାହିତ୍ୟିକ ଦୟାନିଧି ବେହୁରା, ବିଶିଷ୍ଟ ସଂଗଠକ ଓ ସମାଜ ସେବୀ ହରେକୃଷ୍ଣ ପଲାଇ ବରେଣ୍ୟ ଅତିଥି ,ବ୍ରାଇଟ ଇନଷ୍ଟିଚ୍ୟୁଟ , ଭଦ୍ରକର ନିର୍ଦ୍ଦେଶିକା ସୁଶ୍ରୀ ସଙ୍ଗୀତା ସାହୁ, ମନମୋହନ ସଂଗୀତ ପରିଷଦର ସମ୍ପାଦକ ତଥା ସଂଗୀତ ନିର୍ଦ୍ଦେଶକ ରାମନାରାୟଣ ମହାନ୍ତି ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ। ଚତୁର୍ଦ୍ଦଶ ମହୋତ୍ସବ ଓ ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ୟାକୁ କବି ବଂଶୀ ବଲ୍ଲଭ ଗୋସ୍ୱାମୀଙ୍କ ନାମରେ ଉତ୍ସର୍ଗ ହୋଇଥିଲା। ତେଜସ୍ୱିନୀ ମହିଳା ସଂଗଠନର ସଭାନେତ୍ରୀ କଳ୍ପନା ଜେନା ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ , ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ ଏବଂ ସମ୍ପାଦକ ରବି ନାରାୟଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଡା. ସୁଧୀରଞ୍ଜନ ନାୟକଙ୍କୁ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା – ୨୦୨୬ ସମ୍ମାନ ପ୍ରଦାନ କରାଯାଇଥିଲା। ସଂଗଠନର ଉପସଭାପତି ଡ. ଜାନକୀ ପାଢ଼ୀ, ଦୀପ୍ତିମୟୀ ସାହୁ,ସହ ସମ୍ପାଦିକା ମନୋରମା ରାୟ, ଚୈତାଳୀ ଖିଲାର , ଅନିତା ରାୟ ଓ ଗୁରୁମା ଭାରତୀ ବାଇ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ତେଜସ୍ୱିନୀ ମହିଳା ସଂଗଠନ ଆନୁକୁଲ୍ୟରେ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଡ୍ରିମସ୍ ଇଣ୍ଡିଆ ସ୍କୁଲ, ଭଦ୍ରକର ଅଧ୍ୟକ୍ଷ ପ୍ରତାପ କୁମାର ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ଦର୍ଶନ ସାଂସ୍କୃତିକ ଏକାଡେମୀ ଭଦ୍ରକ ଓ ଇଚ୍ଛାପୁର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ନୃତ୍ୟଗୁରୁ ସୁଦର୍ଶନ ନାୟକ ଓ ଅର୍ଚ୍ଚନା ବଳ ମଂଚ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.