Home ଜିଲ୍ଲା ପରିକ୍ରମା ଛତିଶଗଡ଼ରେ ଦୁଇ ବାଇକ ମୁହାଁମୁହିଁ,ଧାମନଗରର ସନ୍ତୋଷ ଓ ପୁଲିସ କର୍ମଚାରୀ ମୃତ

ଛତିଶଗଡ଼ରେ ଦୁଇ ବାଇକ ମୁହାଁମୁହିଁ,ଧାମନଗରର ସନ୍ତୋଷ ଓ ପୁଲିସ କର୍ମଚାରୀ ମୃତ

4

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ନିକଟରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟି ଧାମନଗର ବ୍ଲକ ଗୋବିନ୍ଦପୁର ପଂଚାୟତ ଅଜମତପୁର ଗ୍ରାମର ସନ୍ତୋଷ କୁମାର ଯେନା(୫୫)ଙ୍କର ମୃତ୍ୟୁ ହୋଇଛି।ଏଥିରେ ମଧ୍ୟ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।ଧୂଷୁରୀ ଥାନା ଅଧୀନ ଅଜମତପୁର ଗ୍ରାମର ସନ୍ତୋଷ ଛତିଶଗଡ଼ର ଦାନ୍ତେୱାଡ଼ା ନିକଟ କିରଣଡୁଲର ଏକ ମାଇନ୍ସରେ କାର୍ଯ୍ୟ କରୁଥିଲେ।ଗତକାଲି ଅପରାହ୍ନରେ ସେ ଏକ ସ୍କୁଟି ଚଳାଇ ଗିଧମ ଅଂଚଳରୁ ଫେରୁଥିବା ବେଳେ ରାସ୍ତାରେ ଅପର ପାର୍ଶ୍ୱରୁ ବାଇକ ନେଇ ଆସୁଥିବା ଜଣେ ପୁଲିସ କର୍ମଚାରୀଙ୍କ ସହିତ ସାମ୍ନାସାମ୍ନୀ ତୀବ୍ର ବେଗରେ ଧକ୍କା ହୋଇଥିଲେ।ଘଟଣାସ୍ଥଳରେ ବିଜାପୁର ଅଂଚଳର ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।ସନ୍ତୋଷଙ୍କୁ ଉଦ୍ଧାର କରାଯାଇ ଦାନ୍ତେୱାଡାସ୍ଥିତ ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।ଆଜି ସକାଳେ ଚିକିତ୍ସାଧୀନ ସନ୍ତୋଷଙ୍କର ମୃତ୍ୟୁ ହୋଇଥିଲା।ଛତିଶଗଡ଼ ପୁଲିସ ଏକ ମାମଲା ରୁଜୁ କରିଛି ଏବଂ ଶବ ବ୍ୟବଚ୍ଛେଦ କରାଯାଇଛି।ମୃତ ସନ୍ତୋଷ ଯେନାଙ୍କ ମୃତଦେହ ଆସନ୍ତାକାଲି ସକାଳେ ଅଜମତପୁରରେ ପହଂଚିବ ବୋଲି ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.