Home ଜିଲ୍ଲା ପରିକ୍ରମା ତିହିଡିକୁ ନିଶାମୁକ୍ତ କରିବାକୁ ଦାବ

ତିହିଡିକୁ ନିଶାମୁକ୍ତ କରିବାକୁ ଦାବ

5

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏବେ ଗାଁ ଠୁ ସହର ପର୍ଯ୍ୟନ୍ତ ବ୍ୟାପିଛି ନିଶାକାରବାର ି। ନିଶା କବଳରେ କବଳିତ ଅଧିକାଂଶ ଯୁବକ।ଯେଉଁଥିପାଇଁ ବିପଥଗାମୀଆଡକୁ ଗତିକରୁଛି ଆଜିର ସମାଜ। ଗାଁ ଗହଳି ସହର ବଜାର ସବୁଠି ନିଶାର ପ୍ରଭାବ।ସରକାରୀ ସ୍ତରରେ ନିଶା ମୁକ୍ତ ପାଉଁ ଚାଲିଛି ଉଦ୍ୟମ। ଥାନା ପୋଲିସ ମାଧ୍ୟମରେ କରାଯାଉଛି ସଚେତନ। ଧଳା ଜହର ଓ ଗଞ୍ଜେଇକୁ ନିଶା ଦ୍ରବ୍ୟ ଭାବେ ସରକାରୀ ସ୍ତରରେ ଗଣନା କରାଯାଉଛି। ଆଉ ମଦ ଦୋକାନ ଓ ମଦବାର ଖୋଲିବାକୁ ଅନୁମତି ମିଳୁଛି । ଏହି ଧଳା ଜହର ନିଶା ଯୁବ ପିଢିଙ୍କୁ ପଥ ଭ୍ରଷ୍ଟ କରୁଛି। କଲେଜ ପଢୁଆ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ଏହି ଧଳା ପାଉଡ଼ର ନିଶାରେ ପଡି ନିଜର ସର୍ବନାଶ କରିବା ସହ ସମାଜ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି କ୍ଷ ଏହି ନିଶା ରୂପକ ରାକ୍ଷସ ସମାଜକୁ କବଳିତ କରିବାରେ ଲାଗିଛି କ୍ଷଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଧଳା ଜହର ନିଶା କରବାର ବୃଦ୍ଧି ପାଉଥିବାବେଳେ ଏଥି ପ୍ରତି ଯେମିତି କାହାର ନଜର ନାହିଁ କ୍ଷ ମାତ୍ର ସରକାର ଅନୁମତି ପ୍ରାପ୍ତ ମଦ ବାରକୁ ବିରୋଧ କରାଯିବା ଘଟଣା ଚର୍ଚ୍ଚାର ପରିଧିକୁ ଆସିଛି। ଯେଉଁ ମାନେ ନିୟମିତ ମଦ ସେବନ କରନ୍ତି ସେମାନେ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହେଉଥିବା ମଧ୍ୟ ଆଲୋଚନା ହେଉଛି। ତିହିଡି ବଜାର ମଧ୍ୟ ସ୍ଥଳରେ ଦୀର୍ଘ ଦିନ ଧରି ବିଦେଶୀ ଓ ଦେଶୀ ମଦ ଦୋକାନ ମଧ୍ୟ ଖୋଲିଛି। ଏହି ମଦ ଦୋକାନ ପାଇଁ କଣ କେହି ନିଶାସକ୍ତ କି କ୍ଷତିଗ୍ରସ୍ଥ ହୋଇନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ି। ଯଦି ଆଜି ପ୍ରସ୍ତାବିତ କୌଣସି ମଦ ବାରକୁ ବିରୋଧ କରାଯାଉଛି ତାହାହେଲେ ଧଳା ଜହର କି ବହୁ ଆଗରୁ ଖୋଲା ଯାଇଥିବା ମଦ ଦୋକାଙ୍କୁ କାହିଁକି ବିରୋଧ କରାଯାଉନାହିଁ ବୋଲି ତିହିଡି ବାସୀ ପ୍ରତ୍ୟେକଙ୍କ ମନରେ ପ୍ରଶ୍ନ ଉଠିଛି। ତିହିଡି ଅଞ୍ଚଳରେ ଏତେ ପରିମାଣରେ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି ଯେ ସେ ପାଇଁ ସମସ୍ତେ ଚିନ୍ତିତ ହୋଇପଡିଛନ୍ତି। କିନ୍ତୁ ନିଶା କାରବାର ରୋକିବାକୁ କାହାରି ଆନ୍ତରିକତା ରହୁନାହିଁ। ପୋଲିସ ନିଜ ଦକ୍ଷତା ବଳରେ କେତକ ନିଶା ବେପାରୀଙ୍କୁ ଧରିବାରେ ସକ୍ଷମ ହେଉଛି।ଯଦି ତିହିଡି ଅଞ୍ଚଳବାସୀ, ସମାଜସେବୀ,ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଅନ୍ୟ କଥାକୁ ପଛରେ ପକାଇ ଧଳା ଜହର କାରବାରକୁ ମୂଳ ଉତ୍ପାଟନ କରିବାକୁ ଆନ୍ତରିକତା ସହ ଉଦ୍ୟମ କରନ୍ତେ, ତାହାଲେ ଯୁବପିଢ଼ି ଧଳା ଜହର କବଳରୁ ମୁକ୍ତ ହେବା ସହ ସମାଜ ଧ୍ୱଂସ ମୁଖରୁ ରକ୍ଷା ପାଇ ପାରନ୍ତା ଓ ତିହିଡି ଅଞ୍ଚଳ ମଧ୍ୟ ନିଶାମୁକ୍ତ ହୋଇପାରନ୍ତା ବୋଲି ସାଧାରଣରେ ଦାବିକରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.