Home ଜିଲ୍ଲା ପରିକ୍ରମା ଧାମରାରେ ଆଂଚଳିକ ବୋଇତ ବନ୍ଦାଣ କମିଟିର ପ୍ରସ୍ତୁତି ବୈଠକ

ଧାମରାରେ ଆଂଚଳିକ ବୋଇତ ବନ୍ଦାଣ କମିଟିର ପ୍ରସ୍ତୁତି ବୈଠକ

3

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଠାରେ ଦୀର୍ଘ ୧୫ବର୍ଷ ହେବ ପାଳନ ହୋଇ ଆସୁଥିବା ଆଂଚଳିକ ବୋଇତ ବନ୍ଦାଣ କମିଟି ପକ୍ଷରୁ ଚଳିତ ବର୍ଷ କିପରି ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଅମୀୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଧାମରାଇ ସଭାଗୃହରେ ହୋଇଥିବା ସଭାରେ ଚଳିତ ବର୍ଷ କିପରି ଏହି ବୋଇତ ବନ୍ଦାଣ ଜାକ ଜକମରେ ପାଳିତ ହେବା ସହ ହଜାର ହଜାର ସଂଖ୍ୟାରେ ଆସୁଥିବା ଜନତା ମାନଙ୍କୁ ଶୃଙ୍ଖଳିତ ଭାବେ ଏହି ବୋଇତ ବନ୍ଦାଣ ଦେଖିବାର ସୁଯୋଗ ପାଇବେ ସେ ନେଇ ଆଲୋଚନା ହୋଇଥିଲା। ଆଂଚଳିକ ବୋଇତ ବନ୍ଦାଣ କମିଟି ଚଳିତ ବର୍ଷ ୧୬ବର୍ଷରେ ପଦାର୍ପଣ କରୁଥିବା ବେଳେ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବକୁ ଆନନ୍ଦ ମୁଖର କରିବା ଏବଂ ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବା ସହ ଚାନ୍ଦବାଲି ନୌବାଣିଜ୍ୟକୁ ମନେ ପକାଇବା ସହ ଏହି ସ୍ମୃତିକୁ ସାଇତି ରଖିବା ଏବଂ ସବୁଦିନେ ଓଡିଆଜାତି ଏହାକୁ ମନେ ପକାଇବା ପାଇଁ ହୋଇଥିବା ଏହି ପ୍ରୟାସ କୁ ଜାରୀ ରଖିବା ପାଇଁ ଉପସ୍ଥିତ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଥିଲେ। ଆଜି ହୋଇଥିବା ଏହିିି ପ୍ରସ୍ତୁତି ବୈଠକରେ ଧାମରା, ବାଂଶଡା, ଦୋସିଙ୍ଗା ,ଜାଗୁଳା, କଇଥଖୋଲା, କରଞ୍ଜମାଳ,ପଂଚୁଟିକ୍ରି ଏବଂ କରଣପଲ୍ଲୀ ପଂଚାୟତର ଦିଗମ୍ବର ଦାସ, ସୁରେଶ ମାହୁନ୍ତ, ସୁରେନ୍ଦ୍ର ଜେନା, ନରହରି ମଲିକ, ଉମେଶ ମହାକୁଡ,ବିଜୟ ବେହେରା, ପ୍ରମୋଦ ନାୟକ, ଦେବାଶିଷ ନାୟକ, ରାଜକୃଷ୍ନ ଦିନ୍ଦା, ନରେନ୍ଦ୍ର ମାଇତି, ପ୍ରଭୁରାମ ଦଳେଇ , ଦେବବ୍ରତ ଜତି, ନାରାୟଣ ବାରିକ, ପୂର୍ଣଚନ୍ଦ୍ର ମାଝି, ଉପେନ୍ଦ୍ର ଦାସ, ମଂଟୁ ମାଇତି,ଖଗେଶ୍ୱର ବେହେରା, ଲକ୍ଷ୍ମୀଧର ବେହେରାଙ୍କ ସମେତ ଆଂଚଳିକ ବୋଇତ ବନ୍ଦାଣ କମିଟିର ଶତାଧିକ ସଭ୍ୟ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.