ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜ୍ଞାନେଶ କୁମାରକୁ ଗିରଫ କର, ଭୋଟଚୋର ନରେନ୍ଦ୍ର ମୋଦି ଗାଦି ଛାଡ, ଜନବିରୋଧି ଏସ୍ ଆଇ ଆର ବାତିଲ କର, ଇଭିଏମ ହଟାଇ ବାଲାଟ ପେପର ରେ ଭୋଟ କର, ବ୍ୟାପକ ନିର୍ବାଚନୀ ସଂସ୍କାର ଆଣ, ଏସ୍ ଆଇଆର ବିରୋଧୀ ଜନଆନ୍ଦୋଳନ ଉପରେ ଆକ୍ରମଣ ବଂଦ କର, ସମ୍ବିଧାନ ଓ ଗଣତନ୍ତ୍ର ର ସୁରକ୍ଷା କର,ନାଗରିକ ମାନଙ୍କ ଭୋଟ ଦେବାର ଅଧିକାର ସୁରକ୍ଷା କର ଦାବି ନେଇ ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ପକ୍ଷରୁ ଆଜି ସକାଳେ ଚାନ୍ଦବାଲି ଏନ୍ ଏ ସି ର ୩ ଟି ୱାର୍ଡ ରେ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏନ୍ ଏ ସି ର ୧୨ ଟି ୱାର୍ଡ ସମେତ ଓରାସାହି ପଂଚାୟତର କଉଡିଆପାଳ, ବେନ୍ତାଳପୁର,ପଦିନିପାଳ ଆଦି ଗାଁରେ ମଟର ସାଇକେଲ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ମାନ ସଂଗଠିତ ହୋଇଯାଇଛି । ଏହି ପଦଯାତ୍ରା ଓ ମଟର ସାଇକେଲ ଶୋଭାଯାତ୍ରା ସକାଳ ୮ ଟା ରୁ ଆରମ୍ଭ ହୋଇ ସଂଧ୍ୟା ୬ ଘଟିକା ରେ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ବରିଷ୍ଠ ନେତା ରବି ପଟ୍ଟନାୟକ, ଶଙ୍କର୍ଷଣ ବିଶ୍ୱାଳ, ଯୁବନେତା ଅଶୋକ ବେହେରା, ବରିଷ୍ଠ ନେତା ଫକୀର ସ୍ୱାଇଁ, ଚାଷୀ ନେତା ମୁରଲିଧର ମହାଳିକ, ମକରଧର ନାୟକ ପ୍ରମୁଖ ସାମିଲ ହୋଇ ଜ୍ଞାନେଶ କୁମାର ଗିରଫ ହେବା ପର୍ଯ୍ୟନ୍ତ ଚାନ୍ଦବାଲି ଅଂଚଳରେ ଏହି ଅଭିଯାନ ଚଳାଇ ରଖିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ ।








