ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅକ୍ଟୋବର ବିପ୍ଲବ ର ଇତିହାସ ବାବଦରେ ଏକ ଆଲୋଚନା ଚକ୍ର ଜାନକୀ ନିଳୟ ରେ ସାଥୀ ପ୍ରଫୁଲ୍ଲ ପାଢ଼ୀ ଙ୍କ ସଭାପତିତ୍ୱ ରେଅନୁଷ୍ଟିତ ହୋଇ ଯାଇଛି। ଏହି ସେବାରେ ସି ପି ଆଇ (ଏମ୍) ଓଡ଼ିଶା ରାଜ୍ୟ ନେତା ତଥା ମାର୍କସ୍ ବାଦୀ ଚିନ୍ତା ନାୟକ ସାଥୀ ସନ୍ତୋଷ ଦାସ ଏହି ଆଲୋଚନା ଚକ୍ର ରେ ୧୯୧୭ନଭେମ୍ବର ୭ର ଋଷ ବିପ୍ଳବ କିପରି ବଲ ସେବିକ୍ ଦଳ କିପରି ଚାଷୀ ମୂଳିଆ ମାନଙ୍କୁ ଏକଜୁଟ କରି ସେସମୟର ଯାର ଶାସନ ର ପତନ ହୋଇପାରେ, ଏହା ପ୍ରମାଣିତ କରିଥଲେ କମ୍ରେଡ ଭି ଆଇ ଲେଲିନ। ତଦ୍ ପରେ ପରେ ଋଷ ରେ ସମାଜବାଦ ତତ୍ୱ କୁ ଆଧାର କରି କମ୍ୟୁନିଷ୍ଟ ପାର୍ଟି ଶାସନ ଦଖଲ କରିବା ସହ ସମାଜ ରେ ସକଳ ଶ୍ରେଣୀର ଲୋକଙ୍କୁ ବଂଚିବା ପାଇଁ ସେମାନଙ୍କର ଆବଶ୍ୟକ ତା ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା ଆରମ୍ଭ ହୋଇ, ୧୯୯୧ମସିହା ପର୍ଯ୍ୟନ୍ତ ଚାଲିଥିଲା। ସମାଜବାଦ ମାନବ ସମାଜ ର ମଙ୍ଗଲ ପାଇଁ ଏକ ମାତ୍ର ବ୍ୟବସ୍ଥା। ବର୍ତମାନ ସମୟରେ ବିଶ୍ୱ ସ୍ତରରେ ସାମ୍ରାଜ୍ୟବାଦ, ପୁଞ୍ଜିବାଦ, କର୍ପୋରେଟ ସଂସ୍ଥା ଓ ସାମ୍ପ୍ରଦାୟିକ ବାଦ୍ ବର୍ତମାନ ବିଶ୍ୱ ସ୍ତରରେ ସାମ୍ରାଜ୍ୟବାଦ ର ମଉଡ଼ମଣି ଆମେରିକା ତାର ଏକଛତ୍ରବାଦ ଶାସନ ଜାରୀ ରଖିଛନ୍ତି, ତା ବିରୋଦ୍ଧରେ ସମାଜ ବାଦ୍ ହେଇଛି ଏକମାତ୍ର ବିକଳ୍ପ। ଏହି ସମାଜବାଦ ତତ୍ୱ ଆଜିବି ମଣିଷ ସମାଜ ର ବିକାଶ ପାଇଁ ଅନିର୍ବାଯ୍ୟ। ସମାଜବାଦ ତତ୍ୱ କୁ ଆଧାର କରି କମ୍ୟୁନିଷ୍ଟ ପାର୍ଟି ତାର ଲଢେଇ ଜାରି ରଖିଛନ୍ତି। କାର୍ଲ ମାର୍କସ, ଏଞ୍ଜେଲ୍ସ, ଲେଲିନ, ଷ୍ଟାଲିନ, ହୋଚିମିନି ଙ୍କ ଲଢେଇ ସମାଜ ରେ ମନୀଷ ଉପରେ ମଣିଷ ଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢେଇ କୁ ସଫଳ କରିବା ପାଇଁ ଓ ସମାଜ ବାଦ୍ ପ୍ରତିଷ୍ଠା ପାଇଁ ଶ୍ରମିକ ଶ୍ରେଣୀ କୁ ଏକ୍େଜାଟ କରି ବା ପାଇଁ ତଥା ଆମ ଦେଶର ଡବଲ ଇଞ୍ଜିନ ସରକାର ଙ୍କ ଜନବିରୋଧୀ କାର୍ଯ୍ୟ କୁ ପ୍ରତିବାଦ କରିବା ପାଇଁ ଶ୍ରମିକ, ଚାଷୀ ଓ ଚାଷୀ ମାନଙ୍କୁ ଏକ ଯୁଟ କରି ଆମ ଦେଶର ସମାଜ ବାଦ୍ କୁ ପ୍ରତିଷ୍ଠା କରିବ! ଶ୍ରମିକ କୃଷକ ମାନଙ୍କର ମିଳିତ ଭାବେ ଲଢେଇ କୁ ସଫଳ କରିବା ପାଇଁ ସମାଜବାଦ ପ୍ରତିଷ୍ଠା କରିବାପାଇଁ ତତ୍କାଳିନ ଶୋଷକ ବର୍ଗ ବିରୁଦ୍ଧ ଆମ ଦେଶର ଶ୍ରମକ, ଶ୍ରେଣୀ କୁ ଲଢେଇ ଜାରି ରଖିବସାଥୀ ସଂତୋଷ ଦାସ ଉପସ୍ଥିତ ସାଥୀ ମାନଙ୍କୁ ଆହ୍ୱାନ ଦେଇ ଥିଲେ। ଦୁନିଆର ସମାଜବାଦ ପ୍ରତିଷ୍ଠା କରିବାପାଇଁ ଏହି ସମୟରେ ମହିଳା, ମୂଳିଆ, ଶ୍ରମିକ ଶ୍ରେଣୀ, ଯୁବକ ଓ ଯୁବତୀଙ୍କୁ ସାଥିରେ ନେଇ କୃଷକ ମାନଙ୍କର ମିଳିତ ପ୍ରତିବାଦ ଓ ଲଢେଇ ଜୋରଦାର କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଏହି କାର୍ଯ୍ୟ କ୍ରମ କୁ ସଫଳ କରିବା ପାଇଁ ଶ୍ରମିକ ନେତା ଦିବ୍ୟ ସିଂହ ନାୟକ, ପ୍ରଭାସ ଚନ୍ଦ୍ର ମହାପାତ୍ର, କାଳନ୍ଦୀ ପାତ୍ର, ରାଧା ଦାସ, ସୁରଜିତା ନାୟକ, ଚନ୍ଦ୍ରଶେଖର ନାୟକ, ସେକ କମର, ସେକ କାଳୁ, ସାମ୍ୟ ବାଦୀ ଲୋଜଳିନି ଆଦି ଶତାଧିକ ଲୋକ ଏହି ବୈଠକରେ ଯୋଗ ଦେଇ ଥିଲେ। ଏହି ଅବସରରେ ବସ ଷ୍ଟାଣ୍ଡ ଉପରେ ଲାଲ ପତାକା ଉତୋଳନ କରାଯାଇଥିଲା ସମବେତ ଶତାଧିକ ଚାଷୀ ମୂଳିଆ ଓ ମହିଳା ମାନଙ୍କୁ ନେଇ।








