ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୋଥି ଓ ପୁରାଣ ପୁରୁଣା ସତ ମାତ୍ର ତା” ଭିତରେ ରହିଛି ସର୍ବକାଳୀନ ମୂଲ୍ୟବୋଧ ଏବଂ ଏହା ଆଦର୍ଶ ବ୍ୟକ୍ତିତ୍ୱ ଓ ଜୀବନଯାପନର ମାର୍ଗ ଦର୍ଶକ ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ , ଚରମ୍ପା ପ୍ରାୟୋଜିତ ତଥା ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆ ଠାରେ ଆୟୋଜିତ ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ପଂଚମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ଶିକ୍ଷାବିତ୍ ଶତ୍ରୁଘ୍ନ ନାଥ ମଂଚ ନାମରେ ମହୋତ୍ସବର ପଂଚମ ସଂଧ୍ୟାକୁ ଘୋଷିତ ହେଇଥିଲା ଏବଂ ‘ଆମ ପୋଥି, ଆମ ପୁରାଣ ‘ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଟ୍ରଷ୍ଟର ଉପଦେଷ୍ଟା ଶିକ୍ଷାବିତ୍ ତଥା ସାହିତ୍ୟିକ ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶୀତଳ କୁମାର ବେହେରା ବିଶେଷ ଅତିଥି, ପ୍ରାବନ୍ଧିକ ତଥା ଅଧ୍ୟାପକ ଡ. ଅଭୟ କୁମାର ଦାସ ମୁଖ୍ୟ ବକ୍ତା, ଶିକ୍ଷାବିତ୍ ତଥା ସାହିତ୍ୟିକ ସନ୍ତୋଷ କୁମାର ସାହୁ, କାର୍ତିକ ଚନ୍ଦ୍ର ସ୍ୱାଇଁ, ଓ ଡ. ପୁରୁଷୋତମ ଧଳ ସମ୍ମାନନୀୟ ବକ୍ତା ଏବଂ ଅବସରର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା ବରେଣ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ମହୋତ୍ସବର ସଭାପତି ଇଂ. ଅଭୟ ସୂତାର ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ ସହ ସ୍ୱାଗତ ଭାଷଣ, ମହୋତ୍ସବର ସମ୍ପାଦକ ରବି ନାରାୟଣ ଖିଲାର ଅତିଥି ପରିଚୟ ଓ ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ ।ସାଂସ୍କୃତିକ ସମ୍ପାଦକ ରାମ ନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ସାଂସ୍କୃତିକ ସମ୍ପାଦିକା ରିଚିସ୍ମିତା ମହାନ୍ତି, ସହ ସମ୍ପାଦିକା ମନୋରମା ରାୟ, ଚୈତାଳି ଖିଲାର, ଅନିତା ରାୟ, ଡ. ପୂଜାରିଣୀ ଘୋଷ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଡ୍ରିମସ୍ ଇଣ୍ଡିଆ ସ୍କୁଲ ଅଧ୍ୟକ୍ଷ ପ୍ରତାପ କୁମାର ସାହୁ, ଶିକ୍ଷୟିତ୍ରୀ ଭାରତୀ ବାଇ,ଭୂମିକନ୍ୟା ମହିଳା ସଂଗଠନର ସଭାନେତ୍ରୀ ଓ ସମ୍ପାଦିକା ଯଥାକ୍ରମେ ସଂଯୁକ୍ତା ବଳ ନାୟକ , ଦମୟନ୍ତୀ ରାଉତ କୁଇଜ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହୋତ୍ସବର କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ନାସିର ବକ୍ସ ଓ ସଂଗଠନ ସମ୍ପାଦକ ନାରାୟଣ ଚନ୍ଦ୍ର ପାଢ଼ୀ ମହୋତ୍ସବ ଓ ମଂଚ ପରିଚାଳନା କରିଥିଲେ। ଆର ଡି. ଏସ୍. ଡ୍ୟାନ୍ସ ଗ୍ରୁପ, ଭଦ୍ରକର କଳାକାରମନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।








