ଭଦ୍ରକ, ୨୮ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ପୁରୀ ନବେକଳେବର ରୋର୍ଡସ୍ଥିତ ମା ଗାୟତ୍ରୀ ପୀଠ ଠାରେ ଦୈନିକ ଅପରାହ୍ନ ଖବରକାଗଜ ପକ୍ଷରୁ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ, ସଭା, ପୁସ୍ତକ ଉନ୍ମୋଚନ ଓ ସାରସ୍ୱତ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବିଶିଷ୍ଟ ଅତିଥି, ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବି କବୟତ୍ରୀ ଓ ଅପରାହ୍ନର ସଂଯୋଜକ ମାନେ ଯୋଗ ଦେଇଥିଲେ । ଅପରାହ୍ନ ପୁରୀ ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ ଦକ୍ଷୀଣରାୟଙ୍କ ଆବାହକତ୍ୱରେ ଆୟୋଜିତ ସଭାକୁ ଅପରାହ୍ନର ସମ୍ପାଦକ ବଂଶିଧର ଜେନା ଅଧ୍ୟକ୍ଷତା କରିଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ କିଶୋର ଦି୍ୱବେଦୀ, କବି ପ୍ରଶାନ୍ତ ଦାସ,ଶ୍ରୀଲିପ୍ତା ପ୍ରିନଟିଂ ମିଡିଆର ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସ, ପ୍ରବଚକ ଗୁରୁପ୍ରସାଦ ମହାପାତ୍ର, ପୁରୀ ଜିଲ୍ଲା ଲୋକ ସଂପର୍କ ଅଧିକାରୀ ସନ୍ତୋଷ ସେଠୀ, ସମାଜସେବୀ ପ୍ରମୋଦ ଆଚାର୍ଯ୍ୟ ପ୍ରମୁଖ ମଂଚାସୀନ ଥିଲେ । ଏହିଅବସରରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଆଦର୍ଶ ଶିକ୍ଷାବିତ୍ ତଥା ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମାନରେ ଉତରୀୟ, ପୁଷ୍ପଗୁଚ୍ଛ, ସମ୍ବର୍ଦ୍ଧନାପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ମଂଚ ପରିଚାଳନା କରିଥିଲେ ।








