ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସନ୍ଧ୍ୟାରେ ଯଶୋଦା ହୋଟେଲର ସମ୍ମିଳନୀ କକ୍ଷରେ ପ୍ରଜ୍ଞାପ୍ରଭା ଆନୁକୂଲ୍ୟରେ ସାମ୍ପ୍ରତିକ ପରିସ୍ଥିତିରେ ଧର୍ମ ସମ୍ପ୍ରଦାୟକୁ ନେଇ ଦେଖାଦେଇଥିବା ସମସ୍ୟା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଧର୍ମ ଓ ସମ୍ପ୍ରଦାୟକୁ ନେଇ ଦେଖାଦେଇଥିବା ସମସ୍ୟା ମାନବ ସମାଜକୁ କଳଙ୍କିତ କରିବା ସଙ୍ଗେ ମାନବିକତା, ସାମାଜିକତାକୁ କ୍ଷୁର୍ଣ୍ଣ ହେଉଥିବା ବୁଦ୍ଧିଜୀବୀ ଶିକ୍ଷାବିତ୍ ମାନଙ୍କୁ ଆହତ କରୁଅଛି। ଉକ୍ତ ଆଲୋଚନା ଚକ୍ରରେ ବିଶିଷ୍ଟ ବେଦବିତ୍ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଧର୍ମର ସ୍ୱରୂପକୁ ବେଦ ବେଦାନ୍ତ ଶାସ୍ତ୍ର ସଂହିତାର ଆଧାରରେ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରି କତିପୟ ଲୋକଙ୍କ ଦ୍ୱାରା ସମ୍ପ୍ରଦାୟ ସୃଷ୍ଟି କରାଯାଇଥିବା ପରମ୍ପରାକୁ ଭାଗ ଭାଗ କରିବାର ଅପଚେଷ୍ଟା କରାଯାଉଛି, ଯାହାକି ଆଜି ରାଷ୍ଟ୍ରର ସର୍ବଭୌମତା ପାଇଁ ଭବିଷ୍ୟତରେ ପ୍ରଶ୍ନବାଚୀ ହୋଇପାରେ। ସମ୍ମିଳନୀରେ ପ୍ରଜ୍ଞା ପ୍ରଭାର ଗୋବର୍ଦ୍ଧନ ସାମଲ ସଭାପତିତ୍ୱ କରିଥିବା ବେଳେ ସଂଗ୍ରାମ କିଶୋର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସମ୍ମିଳନୀର ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସର୍ବଶ୍ରୀ ଗଦାଧର ବଳ, କମଳାକାନ୍ତ ସ୍ୱାଇଁ, ଗିରିଧାରୀ ପାତ୍ର, ନାରାୟଣ ଚନ୍ଦ୍ର ପରିଡ଼ା ଆଲୋଚନାରେ ଅଂଶଗ୍ରହଣ କରି ପ୍ରସଙ୍ଗ ଉପରେ ନିଜସ୍ୱ ମତାମତ ବ୍ୟକ୍ତ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ଅଭୟ କୁମାର ପଣ୍ଡା, ନାରାୟଣ ଚନ୍ଦ୍ର ପରିଡ଼ା, ରବୀନ୍ଦ୍ର କୁମାର ପଣ୍ଡା, ଦୁଃଶାସନ ମହାନ୍ତି, ଶାନ୍ତନୁ କୁମାର ରାଉତ, ଆନନ୍ଦ ଚନ୍ଦ୍ର ଦାସ, ମନମୋହନ ନାୟକ, ବିଜୟ ବହଳି, ମୋହିନୀ ମୋହନ ମହାପାତ୍ର, ବାଦଲ କିଶୋର ମହାପାତ୍ର, ନିରୋଦ ରଥ, ଦୋଳଗୋବିନ୍ଦ ନାୟକ, କୈଳାସ ଚନ୍ଦ୍ର ଜେନା, ସୂର୍ଯ୍ୟକାନ୍ତ ମହାପାତ୍ର, ଦୁଃଶାସନ ଗାହାଣ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ସର୍ବଶେଷରେ ପ୍ରଜ୍ଞା ପ୍ରଭାର ପ୍ରଚାର ପ୍ରମୁଖ ଶ୍ରୀହର୍ଷ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।








