Home ଜିଲ୍ଲା ପରିକ୍ରମା ମହୋତ୍ସବ ଭାଇଚାରା ସୃଷ୍ଟି କରେ -ନିରଞ୍ଜନ, ଗଜଲକ୍ଷ୍ମୀ ପୂଜା ଓ ବୈତରଣୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ମହୋତ୍ସବ ଭାଇଚାରା ସୃଷ୍ଟି କରେ -ନିରଞ୍ଜନ, ଗଜଲକ୍ଷ୍ମୀ ପୂଜା ଓ ବୈତରଣୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

2

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବଳ ବର୍ଷା ସତ୍ୱେ ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ଠାରେ ବାର୍ଷିକ ଗଜଲକ୍ଷ୍ମୀ ପୂଜା ଓ ବୈତରଣୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମହୋତ୍ସବ କମିଟି ସଭାପତି ରବିନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ବୈତରଣୀ ମହୋତ୍ସବ ଅବସରରେ ନଦୀ ସଂଲଗ୍ନ କଂଟି ଏସକେପର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟ ଅତିଥି ଗୁରୁତ୍ୱ ଦେଇଥିଲେ। ଏହାଛଡା ଗଜଲକ୍ଷ୍ମୀ ପୂଜା ଓ ମହୋତ୍ସବ ସମ୍ପର୍କରେ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା ଯୋଗ ଦେଇ ବୈତରଣୀ ମହୋତ୍ସବ ପରସ୍ପର ମଧ୍ୟରେ ବନ୍ଧୁତା ସୃଷ୍ଟି କରୁଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ କଂଗ୍ରେସ ସଭାପତି ଅଜୟ କୁମାର ସାହୁ, ଯୁବ ନେତା ବିଜୟ ଶଙ୍କର ମହାନ୍ତି, ଅମରେନ୍ଦ୍ର ୍ୱାରିକ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ୍ୱଜାର କମିଟି ସଭାପତି ଚନ୍ଦ୍ରଶେଖର ମହାନ୍ତି ମଂଚ ଆହ୍ୱାନ ଓ ସଂପାଦକ ରାଜେନ୍ଦ୍ର ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସେହିଭଳି ଯୁବ ସାମାଜିକ କର୍ମୀ ପବିତ୍ର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହୋତ୍ସବ କମିଟି ସହ ସଂଯୋଜକ ଦୁର୍ଯ୍ୟୋଧନ ଲେଙ୍କା ଆଭିମୁଖ୍ୟ ପ୍ରଦାନ ଓ ବରିଷ୍ଠ ନାଗରିକ ତଥା ଶିକ୍ଷାବିତ ସୁବୋଧ ସାମଲ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଉତ୍କଳ ତରଙ୍ଗ ଗ୍ରୁପ ପକ୍ଷରୁ କଳାକାର ମାନଙ୍କ ଦ୍ୱାରା ନାଟକ ଶ୍ରୀ ଗଣେଶ ସମସ୍ତ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆୟୋଜିତ କାର୍ଯ୍ୟକ୍ରମକୁ ବଣିକ ସଂଘ ଓ ମହୋତ୍ସବ କମିଟି କର୍ମକର୍ତା ମାନେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.