Home ଜିଲ୍ଲା ପରିକ୍ରମା ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅଶାନ୍ତ ହୋଇପଡିଛି ସମୁଦ୍ର, ଆରଡି ମୁଁଆ ଘାଟରେ ବୈତରଣୀ ନଦୀଗର୍ଭକୁ ଭାସିଗଲା...

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅଶାନ୍ତ ହୋଇପଡିଛି ସମୁଦ୍ର, ଆରଡି ମୁଁଆ ଘାଟରେ ବୈତରଣୀ ନଦୀଗର୍ଭକୁ ଭାସିଗଲା ଗଙ୍ଗାମାତା ମନ୍ଦିର

2

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଧାମରା ନିକଟରେ ଅଶାନ୍ତ ହୋଇପଡିଛି ସମୁଦ୍ର। ଏପରିକି ଧାମରା ମୁହାଣରୁ ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ମାଡି ଆସୁଛି ଉଚ୍ଚ ଜୁଆରଢେଉ। ଏହି ଜୁଆର ଢେଉ ମାଡ଼ରେ ଆରଡିପୀଠ ମୁଁଆଘାଟରେ ଜେଟି ସହ କୂଳକୁ ଲାଗି ଥିବା ମା ଗଙ୍ଗାମାତାଙ୍କ ମନ୍ଦିର ବୈତରଣୀ ନଦୀ ଗର୍ଭକୁ ସମ୍ପୁର୍ଣ୍ଣ ଭାବେ ଭାସିଯାଇଛି। ତାହାସହ ଚଳିତଥର ଆସିଥିବା ବାରମ୍ବାର ବନ୍ୟାରେ ବୈତରଣୀ କୂଳ ଲଘିଂବାରୁ ମା ଗଙ୍ଗାମାତାଙ୍କ ମନ୍ଦିରର ଅଧିକାଂଶ ଭାଗ ହୋଇଯାଇଥିବା ବେଳେ କୂଳକୁ ଲାଗିକରି ଥିବା ବଡ଼ବଡ଼ ଗଛ ସହ ମଟର ଲଂଚ ଓ ଡଙ୍ଗା ଲଙ୍ଗର ପକାଇବା ପାଇଁ ଥିବା କଂକ୍ରିଟରେ ନିର୍ମିତ ଜେଟି ଧୋଇଯାଇଥିଲା। ହେଲେ ଗତ ମଙ୍ଗଳବାର ଠାରୁ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଥିବାରୁ ନଦୀ ଉଛୁଳିବା ସହ କୂଳ ଖାଉଥିବା ସ୍ଥାନୀୟ ଲୋକ କହିଛନ୍ତି। ବିଶେଷକରି ଭଦ୍ରକ ଜିଲାର ସାଧାରଣ ଲୋକଙ୍କ ସହ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସୁଥିବା ବହୁ ଶ୍ରଦ୍ଧାଳୁଭକ୍ତ ଏହି ବୈତରଣୀ ନଦୀର ମୁଁଆଘାଟ ପାରି ହୋଇ କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାଇଥାନ୍ତି। ସେହିପରି କେନ୍ଦ୍ରାପଡ଼ା ସହ ଜଗତସିଂହପୁର, ଯାଜପୁର, କଟକ ଜିଲାର ଅଧିକାଂଶ ଅଂଚଳରୁ ପ୍ରତିଦିନ ଶହଶହ ଭକ୍ତ ଏହି ବୈତରଣୀ ନଦୀଘାଟରେ ପାର ହୋଇ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥାନ୍ତି। ହେଲେ ଜେଟି ଭାସି ଯାଇଥିବାରୁ ଏବେ ମଟର ଚାଳିତ ବୋଟ ବିପଦପୂର୍ଣ୍ଣ ଭାବେ ଲଙ୍ଗର ପକାଇ ଲୋକଙ୍କୁ ପାରି କରୁଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.