ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ କଂଟାବଣିଆ ଗ୍ରାମ ସ୍ଥିତ ମଦ୍ରାସା ଫୈଯାନେ ଗରୀବ ନୱାଜ ଆନୁକୂଲ୍ୟରେ ତିନିଗୋଟି ମଦରସା କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କୁଇଜ ପ୍ରତିଯୋଗିତାରେ ସେଖ ଅବଦୁଲ ବାରୀ ସଭାପତିତ୍ୱ କରିଥିବାବେଳେ ମଦ୍ରାସା ଶିକ୍ଷକ ହାଫିଜ ଓ କାରୀ ୱଲୀଉର ରହେମାନ କୋରାନ ପାଠ କରିଥିଲେ। ହାଫିଜ ଓ କାରୀ ଶିକ୍ଷକ ସେଖ ଶାହା ମହମ୍ମଦ ଇସଲାମ ଧର୍ମରେ ଶିକ୍ଷାର ମହତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତାରେ ମଦ୍ରାସା ଫୈଯାନେ ଗରୀବ ନୱାଯ, ମଦ୍ରାସା ଫୈଯାନେ ଉମ୍ମୁଲ ୱରା, ମଦ୍ରାସା ଫୈଯାନେ ଅହଲେ ବୈତ ରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କ ବୟସ ଅନୁଯାୟୀ ୭ଟି ଗୃପରେ ଭାଗ କରାଯାଇଥିଲା। ପ୍ରଥମ ଗୃପରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ ମୋଜାହିଦ ଖାନ, ଦ୍ୱିତୀୟ ଗୃପରୁ ସାଜିୟା କାଦରୀ ପ୍ରଥମ, ତୃତୀୟ ଗୃପରୁ ମହମ୍ମଦ ସେଖ ମୋହସିନ ରଯା ପ୍ରଥମ, ଚତୁର୍ଥ ଗୃପରୁ ଉମ୍ମୁଲ ଖୈର ଫାତିମା ପ୍ରଥମ, ୫ମ ଗୃପରୁ ଅମିରନ କାଦରୀ ପ୍ରଥମ, ୬ଷ୍ଠ ଗୃପରୁ ତାହେରା ଫାତିମା ପ୍ରଥମ, ୭ମ ଗୃପରୁ ସୋମୈୟା ଫାତିମା ପ୍ରଥମ ସ୍ଥାନ ଅଧିକାରୀ କରିଥିଲେ। ସମସ୍ତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଉପହାର ଦେବା ସହିତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଭାବେ ଭଦ୍ରକ ମୁସଲିମ ଜମାତର ସମ୍ପାଦକ ହାଜୀ ଅବଦୁଲ୍ ମୁକିତ୍ ଖାନ, ହାଜୀ କୟୁମ ଅଲୀ ଶାହା, ଶେଖ ଅନୱର ,ଘରୋଇ ଅମିନ ହାଜୀ ସେଖ ଅହେସାନଙ୍କ ଦ୍ୱାରା ସିଲ ଓ କପ୍ ଦିଆଯାଇଥିଲା। ଏହା ସହିତ ମଦ୍ରାସା ଫୈଯାନେ ଅହଲେ ବୈତ ର ଛାତ୍ରଛାତ୍ରୀ କୁରାନ୍ ଶରୀଫ୍ ପଡିଥିବା ଛାତ୍ରଛାତ୍ରୀଙ୍କୁ ସମ୍ଭର୍ଦ୍ଧିତ କରିଥିଲେ। ଏହି ପ୍ରତିଯୋଗିତାରେ ସଂଚାଳକ ଭାବେ ଶିକ୍ଷକ ସେଖ ଶବାବ କାଦରୀ ଦାୟିତ୍ୱ ତୁଲାଇଥିଲେ। ଏଭଳି ଏକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଏହାକୁ ମହମ୍ମଦ ଅବଦୁର ରହିମ, ଇସ୍ତାକ ଖାନ, ମୁସ୍ତାକ ଖାନ, ସେଖ ମୁନ୍ନା, ପ୍ରମୁଖ ପରିଚାଳନା କରିଥିଲେ।








