Home ଜିଲ୍ଲା ପରିକ୍ରମା କରଞ୍ଜମାଳରେ ଗଜଲକ୍ଷ୍ମୀ ପୂଜା

କରଞ୍ଜମାଳରେ ଗଜଲକ୍ଷ୍ମୀ ପୂଜା

2

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପବିତ୍ରକୁମାର ପୂର୍ଣ୍ଣିମା ଦିନ ଠାରୁ କରଞ୍ଜମାଳ ବଣିକସଂଘ ତରଫରୁ କରଞମାଳ ବଜାର ରେ ଗଜଲକ୍ଷ୍ମୀ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ହୋଇ ଆସୁଛି।୬୦ବର୍ଷରୁ ଅଧିକ ହେବ ଏହି ପୂଜା ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏହି ପୂଜା ୭ଦିନ ଧର ିବହୁ ଆଡମ୍ବର ଏବଂ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ବୋଲି ଜଣାଯାଇଛି। ମାଙ୍କ ଘଟ ଉତୋଳନ ହୋଇ ସମସ୍ତ ନୀତିକାନ୍ତି ସହକାରେ ପୂଜାର୍ଚନା ଚାଲିଛି। ଶହ ଶହ ସଂଖ୍ୟାରେ ଭକ୍ତ ଏବଂ ଭକ୍ତା ମାନେ ମାଙ୍କ ନିକଟରେ ପୂଜାର୍ଚନା କରି ପରିବାରରର ସୁଖ ଶାନ୍ତି ସମୃଦ୍ଧି ଏବଂ ମଙ୍ଗଳ କାମନା କରୁଛନ୍ତି। ।ସୁନ୍ଦର ସାଜସଜାସାଙ୍ଗକୁ , ମୀନାବଜାରରେ ଭରପୂର ମଜା ନେଉଛନ୍ତି ଦର୍ଶକ । ପ୍ରତିକୂଳ ପାଣିପାଗ ସତ୍ୱେ ପୂଜାଉପରେଏହାର କୌଣସି ପ୍ରଭାବ ପଡିନଥିଲା। ଚଳିତ ବର୍ଷ ହେଉଥିବା ପୂଜା ମହୋତ୍ସବ କୁ ସୁଚାରୂ ରୂପେ ପାଳନ କରାଯିବା ପାଇଁ ପୂଜାର୍ଚନା କମିଟିର ସଭାପତି ଦୟାନିଧି ମଲିକଙ୍କ ନେତୃତ୍ୱରେ କମିଟିର ସଂପାଦକ ସମୟ କୁମାର ବାରିକ,ରବିନ୍ଦ୍ର ନାୟକ, ନରହରି ମଲିକ, କେଶବ ନାୟକ, ପୂର୍ଣଚନ୍ଦ୍ର ମାଝୀ, ରମେଶ ବାରିକ ,ରଘୁନାଥ ନାୟକ, ଅନିଲ ପାତ୍ର ଏବଂ ବଣିକ ସଂଘର ସମସ୍ତ କାର୍ଯ୍ୟକର୍ତା ପ୍ରମୁଖ ପୂଜା ଆୟୋଜନରେ ସହଯୋଗ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.