ଭଦ୍ରକ, ୧୦ ଅକ୍ଟୋବର (ହି.ସ.) – ବୀଣାପାଣି ଆଂଚଳିକ ସାଧନ କେନ୍ଦ୍ର, ରମ୍ଭିଳା ଆନୁକୂଲ୍ୟରେ କେଶପୁର ପ୍ରାଥମିକ ଓ ଜଗନ୍ନାଥ ମ. ଇ ବିଦ୍ୟାଳୟ ରେ କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ୧୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ଅନ୍ତର୍ନିହିତ ପ୍ରତିଭାର ପରିଚୟ ଦେଇଥିଲେ। କାର୍ଯ୍ୟକ୍ରମକୁ ଗଣେଶ ଚନ୍ଦ୍ର ପଣ୍ଡା ଓ ସସ୍ମିତା କୁମାରୀ ନାୟକ ଉଦ୍?ଘାଟନ କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଜ୍ଞାନ, ସୃଜନଶୀଳ ଓ କଳାତ୍ମକ ପ୍ରତିଭାର ବିକାଶ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭଗବାନ ମଲ୍ଲିକ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ଏପରି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଶିଶୁମାନଙ୍କ ମଧ୍ୟରେ ଥିବା ସୁପ୍ତ ପ୍ରତିଭାର ବିକାଶ ପାଇଁ ଏହା ଏକ ଉତମ ମଂଚ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ ସମ୍ପାଦିତ କରିଥିବାରୁ ସି. ଆର. ସିସି କୃତଜ୍ଞତା ପ୍ରକାଶ କରିଥିଲେ।ସମସ୍ତ ବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନ ମୁଗ୍ଧକର ହୋଇଥିବାରୁ ସମସ୍ତ ଦଳ କୁ ସମାଜ ସେବୀ ଅନନ୍ତ କିଶୋର ପଣ୍ଡା ପୁରସ୍କୃତ କରିଥିଲେ। ପରିଶେଷରେ କେଶପୁର ଗ୍ରାମବାସୀ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିବାରୁ ଦୁଇ ପ୍ର. ଶିକ୍ଷକ ପୀତବାସ ମହାଳିକ ଓ ଦେବାଶିଷ ମହାନ୍ତି ସହ ସଭାପତି ଜୀବନ ଦାସ, ତପନ ବେହେରା ଙ୍କୁ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପୀତାମ୍ବର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଂଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯକ୍ରମ ର ସୁପରିଚାଳନା କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।








