Home ଜିଲ୍ଲା ପରିକ୍ରମା ବନ୍ତ କଲେଜରେ ନାମାଙ୍କନ ପତ୍ର ଦାଖଲ ଶେଷ

ବନ୍ତ କଲେଜରେ ନାମାଙ୍କନ ପତ୍ର ଦାଖଲ ଶେଷ

2

ଭଦ୍ରକ, ୧୦ ଅକ୍ଟୋବର (ହି.ସ.) -ଆଜି ବନ୍ତ ଆଚଂଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପାଇଁ ବିଭିନ୍ନ ଦଳର ସମର୍ଥନରେ ଛାତ୍ରଛାତ୍ରୀ ମାନେ ଶୋଭା ଯାତ୍ରାରେ ଯାଇ ନାମାଙ୍କନ ପତ୍ର ଶାନ୍ତିଶୃଙ୍ଖଳାରେ ଦାଖଲ କରିଥିବା ଜଣାଯାଇଛି । ଏପରିିପ୍ରେକ୍ଷୀରେ ଏବିଭିପିର ପ୍ରାର୍ଥୀ ମାନେ ଜଳ ସେଚନ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିିଥିଲେ । ସଭାପତି ପଦବୀରେ ସୁଶ୍ରୀ ଆୟିଶା ଖୁଟିଂଆ, ଉପ ସଭାପତି ପ୍ରିୟଙ୍କାରାଣୀ ଲେଙ୍କା, ସାଧାରଣ ସମ୍ପାଦକ ଅଭିଜିତ ରାଉତ, ସହ ସମ୍ପାଦକ ହରପ୍ରିୟା ନାୟକ, କ୍ରୀଡା ସମ୍ପାଦକ ଶ୍ରାବଣୀ ମହାପାତ୍ର, ସହ କ୍ରୀଡା ସମ୍ପାଦକ ଅର୍ଚ୍ଚିତା ମୁଦୁଲି, ନାଟ୍ୟ ସମ୍ପାଦକ ସ୍ୱୟଂପ୍ରଭା ମହାଳିକ, ସହ ନାଟ୍ୟ ସମ୍ପାଦକ ସୁଶାନ୍ତ ଗିରି, ଡି.ଏସ.ଏ ସମ୍ପାଦକ ସୂଚୀସ୍ମିତା ରାଜ, ସହ ଡି.ଏସ.ଏ ସମ୍ପାଦକ ଚନ୍ଦନ ଜେନାଙ୍କ ସମେତ ୧୫ ପଦବୀ ପାଇଁ ନାମାଙ୍କନ ଦାଖଲ ହୋଇଥିଲା । ଛାତ୍ର ବିଜେଡିର ସଭାପତି ପ୍ରାର୍ଥୀ ଭାବେ ଦେବଜାନୀ ନାୟକ, ଉପସଭାପତି ଦେବାଶୀଷ ପଣ୍ଡା, ସାଧାରଣ ସମ୍ପାଦକ ଋତୁରାଣୀ ଜେନା, ସହ ସମ୍ପାଦକ ଶୁଭଙ୍କର ପଲାଇ, ନାଟ୍ୟ ସମ୍ପାଦକ ମୀରା ଦାସ, ସହ ନାଟ୍ୟ ସମ୍ପାଦକ ରାଜେଶ ଜେନା, କ୍ରୀଡା ସମ୍ପାଦକ ସେକ୍ ସବୀର, ସହ କ୍ରୀଡା ସମ୍ପାଦକ ସ୍ନିଗ୍ଧାରାଣୀ ଜେନା, ଡି.ଏସ.ଏ ସମ୍ପାଦକ ରିଙ୍କିରାଣୀ ରାଉତ, ଡି.ଏସ.ଏ ସହ ସମ୍ପାଦକ ଲକ୍ଷ୍ମୀପ୍ରିୟା ରାଉତଙ୍କ ସମେତ ୧୨ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିଲେ । ସେହିପରି ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଭାବେ ରଶ୍ମି ରଞ୍ଜିତା ଦାସ, ଉପସଭାପତି ରଞ୍ଜିତା ଜେନା, ସାଧାରଣ ସମ୍ପାଦକ ରାଜେଶ ୍‌ରଞ୍ଜନ ବେହେରା, ସହ ସମ୍ପାଦକ ସ୍ୱପ୍ନାରାଣୀ ଦ୍ୱିବେଦୀ, ନାଟ୍ୟ ସମ୍ପାଦକ ସାଲୋନୀ ସା, ସହ ନାଟ୍ୟ ସମ୍ପାଦକ ଆକାଶ କୁମାର ଜେନା, କ୍ରୀଡା ସମ୍ପାଦକ ଆଦିତ୍ୟ ସାହୁ, ସହ କ୍ରୀଡା ସମ୍ପାଦକ ଦେବବ୍ରତ ଧଳ, ଡି.ଏସ.ଏ ସମ୍ପାଦକ ସୁକାନ୍ତୀ ଜେନା, ଡି.ଏସ.ଏ ସହ ସମ୍ପାଦକ ବିଜୟ କୁମାର ଜେନା ପ୍ରମୁଖ ସମସ୍ତ ୧୭ଟି ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିଲେ । ଏହି ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେପିର ପଦାଧିକାରୀ କେନ୍ଦୁଆପଦା ସରପଚଂ ଇଂ.ପ୍ରମୋଦ ଜେନା, ଛାତ୍ରନେତା ପ୍ରଣବ କିଶୋର ଲେଙ୍କା, ପ୍ରବୀର ରାଉତ, ପୂର୍ବତନ ସରପଚଂ ଆନନ୍ଦ ଚନ୍ଦ୍ର ଓଝା, ବରିଷ୍ଠ ବିଜେପି ନେତା କମଳାକାନ୍ତ ସାହୁ, ଆଇନଜିବୀ ମାଧବା ନନ୍ଦ ଦାସ, କଂଗ୍ରେସ ନେତୃତ୍ୱ ଜ୍ୟୋତିରଞ୍ଜନ ନାୟକ, ନିରଞ୍ଜନ ମଲ୍ଲିକ, ସନ୍ଦିପ କୁମାର ଜେନା, ମୁସ୍ତାକ୍ ଅଲ୍ଲୀ ଖାଁ, ବିଜେଡି ପକ୍ଷରୁି ବିଧାୟକ ପ୍ରତିନିଧି ସ୍ମୃତିରଞ୍ଜନ ସ୍ୱାଇଁ, ପୂର୍ବତନ ସରପଚଂ ସତ୍ୟସାଧନ ବେଜ, ଅକ୍ଷୟ କୁମାର ଦାସ, ବିପିନ ନାୟକ, କମଳା ବିଶ୍ୱାଳ, ବସନ୍ତିଆ ସରପଚଂ ଅଶୋକ ସାହୁ, ଗଣିଜାଙ୍ଗ ସରପଚଂ ରଶ୍ମିତା ସେଠି, ପୂର୍ବତନ ସରପଚଂ ରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ସମର୍ଥକ ଓ ପଦାଧିକାରୀ ମାନେ ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ପରିଲକ୍ଷିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.