Home ଜିଲ୍ଲା ପରିକ୍ରମା ଭଦ୍ରକ ଅଟୋନୋମସ୍ କଲେଜ ଛାତ୍ର ସଂସଦ ନିର୍ବାଚନ,ଏନଏସୟୁଆଇ ଓ ନବନିର୍ମାଣ ଯୁବଛାତ୍ର ସଂଗଠନର ମିଳିତ ପ୍ରାର୍ଥୀ...

ଭଦ୍ରକ ଅଟୋନୋମସ୍ କଲେଜ ଛାତ୍ର ସଂସଦ ନିର୍ବାଚନ,ଏନଏସୟୁଆଇ ଓ ନବନିର୍ମାଣ ଯୁବଛାତ୍ର ସଂଗଠନର ମିଳିତ ପ୍ରାର୍ଥୀ ପ୍ୟାନେଲ୍ ଘୋଷଣା

2

ଭଦ୍ରକ, ୧୦ ଅକ୍ଟୋବର (ହି.ସ.) – ଭଦ୍ରକ ଅଟୋନୋମସ୍ କଲେଜରେ ୨୦୨୬ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ର ରାଜନୀତି ସରଗରମ ହୋଇଛି। ଏହି କ୍ରମରେ ଏନଏସୟୁଆଇ ଓ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ମିଳିତ ଭାବରେ ଏକ ୬ ଜଣିଆ ପ୍ରାର୍ଥୀ ପ୍ୟାନେଲ୍ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ଏକତା, ଉନ୍ନତି ଓ ଗଣତାନ୍ତ୍ରିକ ଅଧିକାରକୁ ମୁଖ୍ୟ ପ୍ରସଙ୍ଗ କରି ଏହି ମେଂଟ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ସଭାପତି ଭାବେ ବାସୁନ୍ଧରୀ ଦାଶ (ପିଜି ଦ୍ୱିତୀୟ ବର୍ଷ, କମର୍ସ), ସାଧାରଣ ସମ୍ପାଦକ – ନାଫିୟା କାଦ୍ରୀ (ୟୁଜି ତୃତୀୟ ବର୍ଷ, ଆର୍ଟସ୍ – ଉର୍ଦ୍ଦୁ), ଉପସଭାପତି – ଅଞ୍ଜଳି ରାଉତ (ୟୁଜି ଦ୍ୱିତୀୟ ବର୍ଷ, ଆର୍ଟସ୍ – ପଲିଟିକାଲ୍ ସାଇନ୍ସ), ସହ ସାଧାରଣ ସମ୍ପାଦକ – କୌଶିକ ପରିଡ଼ା (ୟୁଜି ପ୍ରଥମ ବର୍ଷ, ସାଇନ୍ସ – ଜିଓଲୋଜି), ଡ୍ରାମାଟିକ୍ ସେକ୍ରେଟାରୀ – ବେଣୁଧର ମୁର୍ମୁ (ୟୁଜି ପ୍ରଥମ ବର୍ଷ, ଆର୍ଟସ୍ – ହିଷ୍ଟ୍ରି), ଆଥଲେଟିକ୍ ସେକ୍ରେଟାରୀ – ନିମାଇ ମାରାଣ୍ଡି (ୟୁଜି ପ୍ରଥମ ବର୍ଷ, ଆର୍ଟସ୍ – ଓଡ଼ିଆ)। ମିଳିତ ପ୍ୟାନେଲ୍ ପକ୍ଷରୁ କୁହାଯାଇଛି ଯେ, କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଓ ଛାତ୍ର ସ୍ୱାର୍ଥ ପାଇଁ ସେମାନେ ଲଢ଼ିବେ। ଆଗାମୀ ନିର୍ବାଚନରେ ଏହି ମେଂଟକୁ ଛାତ୍ରଛାତ୍ରୀମାନେ କେତେ ସମର୍ଥନ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.