Home ଜିଲ୍ଲା ପରିକ୍ରମା ତ୍ୟାଗ, ନିଷ୍ଠା, ଧର୍ମନିରପେକ୍ଷତା ଓ ମଣିଷପଣିଆର ପ୍ରତୀକ ଥିଲେ ସଂଗ୍ରାମୀ ମହମ୍ମଦ ହନିଫ୫୯ତମ ଶ୍ରାଦ୍ଧବାର୍ଷିକୀ ସ୍ମୃତି...

ତ୍ୟାଗ, ନିଷ୍ଠା, ଧର୍ମନିରପେକ୍ଷତା ଓ ମଣିଷପଣିଆର ପ୍ରତୀକ ଥିଲେ ସଂଗ୍ରାମୀ ମହମ୍ମଦ ହନିଫ୫୯ତମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସମାରୋହ

2

ଭଦ୍ରକ, ୬ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ତଥା ଓଡ଼ିଶା ପାଇଁ ମହମ୍ମଦ ହନିଫ ଥିଲେ ଗର୍ବ ଓ ଗୌରବ। ତ୍ୟାଗ, ନିଷ୍ଠା, ଧର୍ମନିରପେକ୍ଷତା ଓ ମଣିଷପଣିଆର ପ୍ରତୀକ ଥିଲେ ସେ। ପୁରୁଣାବଜାରର ଏକ ନିମ୍ନ ମଧ୍ୟବିତ ସାଧାରଣ ପରିବାରରେ ଜନ୍ମ ହୋଇ ମଧ୍ୟ ସେ ତାଙ୍କ ଅସାଧାରଣ ପ୍ରତିଭାର ସ୍ୱାକ୍ଷର ବିଭିନ୍ନ କ୍ଷେତ୍ରରେ ଛାଡିଯାଇଛନ୍ତି। ଭଦ୍ରକର ସର୍ବାଙ୍ଗୀନ ଉନ୍ନତି ଥିଲା ତାଙ୍କର ସ୍ୱପ୍ନ। ଉତ୍କଳକେଶରୀ ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟଙ୍କ ପରି ବହୁ ବିଶିଷ୍ଟ ବ୍ୟଙ୍କିଙ୍କର ସେ ଥିଲେ ଘନିଷ୍ଠ ସହଯୋଗୀ ଓ ସହକର୍ମୀ। କଂଗ୍ରେସ ନେତୃତ୍ୱରେ ଚାଲିଥିବା ଭାରତର ସ୍ୱାଧୀନତା ଆନ୍ଦୋଳନରେ ସକ୍ରୀୟ ଅଂଶ ଗ୍ରହଣ କରି କାରାବରଣ କରିଥିଲେ। ୧୯୫୨ ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଉପବାଚସ୍ପତି ପଦ ପାଇବା ସହ ୧୯୬୬ ରେ ରାଜ୍ୟସଭା ସାଂସଦ ହେବାର ଗୌରବାର୍ଜ୍ଜନ କରିଥିଲେ। ସ୍ୱର୍ଗତଃ ହନିଫ ଶିକ୍ଷାକୁ ଗୁରୁତ୍ୱ ଦେଉଥିଲେ। ଶିକ୍ଷକତା କରି ଜନସଚେତନତା ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ଥିଲା। ସମାଜର ଅଶିକ୍ଷା, ଅନ୍ଧକାର ଦୂର କରିବା ତାଙ୍କର ମହତ୍ ଉଦ୍ଦେଶ୍ୟ ଥିଲା। ଗାନ୍ଧିଜୀଙ୍କ ବାଣୀକୁ ଶିକ୍ଷାଦେବା ପାଇଁ ସେ ଗୋଟିଏ ବିଦ୍ୟାଳୟ ଖୋଲିଥିଲେ। ହନିଫ ବାବୁଙ୍କ ଶୃଙ୍ଖଳାବନ୍ଧା ଜୀବନ ଏବେକାର ରାଜନୀତିଙ୍କ ନେତା ଠାରେ ଦେଖିବାକୁ ମିଳେନାହିଁ। ରାଜନୀତିକ ଜୀବନରେ ସବୁକାର୍ଯ୍ୟରେ ନିରପେକ୍ଷତା ରକ୍ଷା କରିବା ଥିଲା ତାଙ୍କର ଏକ ଲକ୍ଷ୍ୟ। ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ହନିଫ ଯୁଗକାଳ ପାଇଁ ସେ ଅମର ହୋଇ ରହିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଆଜି ସନ୍ଧ୍ୟାରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ୫୯ତମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ବିଶିଷ୍ଟ ସମାଜସେବୀ ତଥା ସ୍ମୃତି କମିଟିର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବିଶିଷ୍ଠ ଅତିଥିମାନଙ୍କ ମଧ୍ୟରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଭାତ କୁମାର ମହାନ୍ତି, ଭଦ୍ରକ ମହିଳା ମହାବିଦ୍ୟାଳୟ ଏରିଆ ବିଭାଗ ମୁଖ୍ୟ ପ୍ରଫେସର ଅଭୟ ଦାସ, ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ଆଡଭୋକେଟ୍ ଦିବ୍ୟସିଂହ ନାୟକ। କବି ମୁସ୍ତାକ ଗହ୍ୱର ମଂଚା ଆହ୍ୱାନ କରିଥିବାବେଳେ ସମାଜସେବୀ ସୁଧାକର ରାଉତ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସ୍ମୃତି କମିଟିର ସଂପାଦକ ହାଜି ଅନୱର ହୋସେନ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିପ୍ରକାଶ ମହାନ୍ତି, ଅଧ୍ୟାପକ ନାସିର ବକ୍ସ, ଅଧିବକ୍ତା ସୁଫିୟାନ ବାବୁ, କୈଳାସ ମହାପାତ୍ର, ରାଜକିଶୋର ଜେନା, ଡାକ୍ତର ପ୍ରଦୀପ ନାୟକ, ଜିଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି, ସେକ୍ ଦୟାନ ପ୍ରମୁଖ ଯୋଗ ଦେଇଥିବାବେଳେ ଅଧିବକ୍ତା ମନୋରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଆଜି ସକାଳେ ପୁରୁଣାବଜାରର ମଲିକା ମଇଦାନ ଠାରୁ ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କର ଏକ ଶୋଭାଯାତ୍ରା ବାହାରି ହନିଫ ବାବୁଙ୍କ ସମାଧି ନିକଟରେ ପହଂଚିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.