ଭଦ୍ରକ, ୬ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) –ଭଦ୍ରକ ଜିଲ୍ଲା ତିହିଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଳଗୋପବିନ୍ଧା ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଆମ ଗାଆଁରେ ଆମ ତହସିଲ କାର୍ଯ୍ୟକ୍ରମରେ ଆବେଦନ କାରୀମାନଙ୍କୁ ବିଭିନ୍ନ ପ୍ରମାଣପତ୍ର ବଂଟନ କରାଯାଇଛି। ତଳଗୋପବିନ୍ଧାରେ ୨୫ ଓ ଶ୍ୟାମସୁନ୍ଦରପୁରରେ ୩୫ ମୋଟ ୬୦ ଜଣ ଆବେଦନକାରୀଙ୍କୁ ଜାତି,ବାସିନ୍ଦା ଓ ଆୟ ସମ୍ବନ୍ଧୀୟ ପ୍ରମାଣ ପତ୍ର ବଂଟନ କରାଯାଇଥିଲା।“ଆମ ଗାଁରେ ଆମ ତହସିଲ” ସରକାରଙ୍କର ଏକ ନିଆରା କାର୍ଯ୍ୟକ୍ରମ ଅଟେ। କୌଣସି କାର୍ଯ୍ୟରେ ଅନ୍ଲାଇନ୍ରେ ଆବେଦନ କରିବା ପରେ ମଧ୍ୟ ପ୍ରମାଣ ପତ୍ର ପାଇବାରେ ନିର୍ଦ୍ଧାରିତ ସମୟ ଠାରୁ ଅଧିନ ଦିନ ଅପେକ୍ଷା କରିବାକୁ ପଡୁଥିଲା। ମାତ୍ର ଏହି କାର୍ଯ୍ୟକ୍ରମରେ ଆବେଦନକାରୀଙ୍କୁ ଆଉ ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବାକୁ ପଡିବ ନାହିଁ କି କୌଣସି କାହାରିକୁ ହାତଗୁଞ୍ଜା ଦେବାକୁ ପଡିବ ନାହିଁ । କେତେକ ସମୟରେ କର୍ମଚାରୀମାନଙ୍କ ଟାଳଟୁଳୁ ନୀତି ଯୋଗୁଁ ଲୋକେ ନାନାଦି ସମସ୍ୟାରେ ପଡୁଥିଲେ । ଏହାର ଆଶୁ ସମାଧାନ ସ୍ୱରୂପ “ଆମ ଗାଁରେ ଆମ ତହସିଲ” କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଛି । ତିହିଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ଜେନାଙ୍କ ଉଦ୍ୟମ ତଥା ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଲଣା ଆରଆଇ ସର୍କଲ ଅଧିନ ତଳଗୋପବିନ୍ଧାରେ ସୋମବାର ପୂର୍ବାହ୍ନରେ ଏହାର ଶୁଭାରମ୍ଭ କରା ଯାଇଥିବାବେଳେ ମଙ୍ଗଳବାର ଶ୍ୟାମ ସୁନ୍ଦରପୁର ଆରଆଇ ସର୍କଲର ଇଶ୍ୟାମସୁନ୍ଦରପୁରରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରମାଣପତ୍ର ବଂଟନ କରାଯାଇଥିଲା।ବିଭିନ୍ନ ପ୍ରମାଣପତ୍ର ସମ୍ବନ୍ଧୀୟ ଆବେଦନଗୁଡ଼ିକୁ ଘଟଣା ସ୍ଥଳରେ ହିଁ ମଞ୍ଜୁର କରା ଯାଇଥିଲା ।ଯାହାଦ୍ୱାରା ଜନସାଧାରଣଙ୍କ ଦ୍ୱାର ଦେଶରେ ଦୃତ, ସହଜ ଓ ସୁଲଭ ରାଜସ୍ୱ ସେବା ପହଞ୍ଚାଇବା ସୁନିଶ୍ଚିତ ହୋଇଥିଲା ।
Home ଜିଲ୍ଲା ପରିକ୍ରମା ତଳଗୋପବିନ୍ଧା ଓ ଶ୍ୟାମସୁନ୍ଦରପୁରରେ “ଆମ ଗାଁରେ ଆମ ତହସିଲ” କାର୍ଯ୍ୟକ୍ରମ,୬୦ ଜଣ ଆବେଦନକାରୀଙ୍କୁ ପ୍ରମାଣ ପତ୍ର...








