Home ଜିଲ୍ଲା ପରିକ୍ରମା ବର୍ଷାରେ ଭାଙ୍ଗିଲା ଶାନ୍ତିଲତାଙ୍କ ଘର

ବର୍ଷାରେ ଭାଙ୍ଗିଲା ଶାନ୍ତିଲତାଙ୍କ ଘର

3

ଭଦ୍ରକ, ୬ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ତହସିଲ ଅଧିନ ଆଡିଆ ଗ୍ରାମର ବିଧବା ଶାନ୍ତିଲତା ସାହୁଙ୍କ କଚ୍ଚା ଆଜବେଷ୍ଟସ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ବହୁ ଅଲଗା କରିଦେବାରୁ ଶାନ୍ତିଲତା ଏହି ଘରେ ରହି ଆସୁଥିବା ବେଳେ ଗତ ମାସ ୨୪ ତାରିଖରେ ତିନିଦିନିଆ ଲଗାଣ ବର୍ଷାରେ ଛପର ଉଡି ଯିବା ସହ ମାଟି କାନ୍ଥ ଭାଙ୍ଗି ଯାଇଛି । ଏବେ ଖରା, ବର୍ଷା ଓ ଶୀତ କାକରରେ ବହୁ ଅସୁବିଧାରେ ଘରେ ସେ ରହି ଆସୁଥିବା ବେଳେ ତୁରନ୍ତ ଆବାସ ଗୃହ ଯୋଗାଇ ଦେବାକୁ ଦାବୀ କରିଛନ୍ତି । ଏନେଇ ଶାନ୍ତିଲତା ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ଠାରେ ଲିଖିତ ଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.