Home ଜିଲ୍ଲା ପରିକ୍ରମା ଭଦ୍ରକରେ ସ୍ୱତନ୍ତ୍ର ଡିଏଲଟିଏଫ୍ ବୈଠକ

ଭଦ୍ରକରେ ସ୍ୱତନ୍ତ୍ର ଡିଏଲଟିଏଫ୍ ବୈଠକ

1

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ (ଡିଏଲଟିଏଫ) ବୈଠକ ଭଦ୍ରକ କଲେକ୍ଟୋରେଟ୍‌ର ସଦ୍‌ଭାବନା ଗୃହରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ଲାଇନ୍ ବିଭାଗିୟ ଅଧିକାରୀ , ଡିଏସ୍‌ପି, ସିଡବ୍ଲ୍ୟୁସି, ଡିସିପିୟୁ, ମିଶନ୍ ଶକ୍ତି, ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ, ଏଡିଇଓ, ଚାଇଲ୍ଡଲାଇନ୍‌, ଏନ୍‌?ଜିଓ ଓ ଶ୍ରମ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଶିଶୁ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର, ପୁନର୍ବାସ ଓ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ଆଲୋଚନା ସହ ୪୪ ଦିନିଆ ଶିଶୁ ଶ୍ରମମୁକ୍ତ ଗ୍ରାମ ପଂଚାୟତ ଅଭିଯାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅଭିଯାନର ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟାନ୍ୱୟନ ପାଇଁ ସିଡିଓ, ଭଦ୍ରକଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଡିଓ ଓ ଶ୍ରମ ଅଧିକାରୀଙ୍କୁ ନେଇ ଏକ ଜୁମ୍ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.