Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା କଂଗ୍ରେସ ତରଫରୁ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ, ଇଣ୍ଡିଆ ବ୍ଲଗ ତରଫରୁ ଗଣତନ୍ତ୍ର ବଂଚାଅ...

ଭଦ୍ରକ ଜିଲ୍ଲା କଂଗ୍ରେସ ତରଫରୁ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ, ଇଣ୍ଡିଆ ବ୍ଲଗ ତରଫରୁ ଗଣତନ୍ତ୍ର ବଂଚାଅ ଅଭିଯାନ ଓ ଅକ୍ଟୋବର ୮ ଓଡଶା ବନ୍ଦ ପାଇଁ ପ୍ରସ୍ତୁତି ବୈଠକ

1

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ରେ ଭଦ୍ରକ ଗାନ୍ଧୀ ପଡିଆ ଠାରେ ପ୍ରତିଷ୍ଠିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଟ୍ୟାଗ, ସଂଘଶ୍ର, ସଂଗ୍ରାମ,ବଳିଦାନ ଓ ବିଚାରଧାରା କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପରବର୍ତୀ ପର୍ଯ୍ୟାୟରେ କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ଇଣ୍ଡିଆ ମେଂଟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଗଣତନ୍ତ୍ର ହତ୍ୟାକାରୀ ଭୋଟ ଚୋର ଜ୍ଞାନେଶ କୁମାର କୁ ବହିଷ୍କାର, ମୁଖ୍ୟ ନିର୍ବାଚନ କମିଶନର ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଙ୍କୁ ସାମିଲ କରିବା, ଏସ୍‌ଆଇଆର୍ ବାତିଲ, ଇଭିଏମ ହଟାଇବା, ବାଲାଟ ପେପର ରେ ଭୋଟ କରାଇବା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଦାବି ସହ ଏମ ଏମ୍ ଡି ଆର ସଂଶୋଧନ ଆଇନ ବାତିଲ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟାରେ ମୃତ୍ୟୁ ବରଣ କରିଥିବା ସାଧାରଣ ଜନତା ଓ ବନ୍ୟା ପ୍ରପୀଡିତ ଙ୍କୁ ଉପଯୁକ୍ତ କ୍ଷତିପୂରଣ, ଚାଷୀ- ଭାଗଚାଷୀ ମାନଙ୍କ କୃଷି ଓ ମହାଜନୀ ଋଣ ଛାଡ କରିବା ଆଦି ଦାବି ନେଇ ଇଣ୍ଡିଆ ମେଂଟ ତରଫରୁ କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇଏମ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇ(ଏମଏଲ) ଲିବରେସନ ଜିଲ୍ଲା ସଂପାଦକ ସମର ବଳ ଙ୍କ ମିଳିତ ସଭାପତିତ୍ୱରେ ଏହି କାର୍ଯୟକ୍ରମ ଗୁଡିକୁ ସଫଳ ରୂପାୟନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଉପରୋକ୍ତ ଦାବି ନେଇ ଆସନ୍ତା ୦୩ ଅକ୍ଟୋବର ରୁ ୦୫ ଅକ୍ଟୋବର ପର୍ଯ୍ୟନ୍ତ ବ୍ଲକ ସ୍ତରୀୟ ପ୍ରତିବାଦ ଓ ପଥପ୍ରାନ୍ତ ସଭା, ୦୬ ଅକ୍ଟୋବରରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ବିକ୍ଷୋଭ, ଅକ୍ଟୋବର ୭ ରେ ଭଦ୍ରକ ସହର ସହିତ ୭ ଟି ବ୍ଲକ ସଦର ମହକୁମାରେ ମଟର ସାଇକେଲ ରାଲି ସହ ଗାଡି ପ୍ରଚାର କାର୍ଯ୍ୟକ୍ରମ, ଅକ୍ଟୋବର ୮ ତାରିଖରେ ଓଡିଶା ବଂଦ କୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଗୁଡିକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ନେତ୍ରାନନ୍ଦ ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ପିତବାସ ଧଳ, ପ୍ରଦ୍ୟୁମ୍ନ କୁମାର ଦାସ, ରାଜେନ୍ଦ୍ର ପ୍ରସାଦ ଜେନା ଯୁବ କଂଗ୍ରେସ ଜିଲ୍ଳା ସଭାପତି ବଳରାମ ରାଉତ, କଂଗ୍ରେସ ନେତା ବରିଷ୍ଠ ଆଇନଜୀବୀ ନିଶିକାନ୍ତ ନାୟକ, ସିପିଆଇ(ଏମ)ର ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ,ସିପିଆଇ ର ବରିଷ୍ଠ ନେତା ରମେଶ ଜେନା, ଭଦ୍ରକ ଓକିଲ ସଂଘ ପୂର୍ବତନ ଉପସଭାପତି ଅଶୋକ କୁମାର ନାୟକ, ସିପିଆଇ ର ଯୁବନେତା ଦିଲିପ ନାୟକ, କଂଗ୍ରେସ ନେତା ବିଜୟ ବାରିକ୍‌, ଶର୍ମିଷ୍ଠା ପଣ୍ଡା, ସରୋଜ କୁମାର ରାଉଳ, ଗୟାଧର ସେଠୀ, ଆଶିଷ କୁମାର ରାଉତ, ଶୁଭାଶିଷ ମଲ୍ଲିକ, ଗୋଲାମ ମୟୁରିଦ୍ଦିନ, ସଞ୍ଜୟ ମିଶ୍ର, ମହେଶ କୁମାର ମିଶ୍ର, ରାଜୁ ପ୍ରସାଦ ରାୟ, ସେକ୍ ହାସିନା , ସୋମନାଥ ପତି,ଏନାମୁଲ ହକ୍‌,ହରିହର ମଣ୍ଡଳ, ମନୋଜ ମଲ୍ଲିକ,ପ୍ରମୁଖ ସାମିଲ ହୋଇ ଭାରତର ଗଣତନ୍ତ୍ରର ସୁରକ୍ଷା ପାଇଁ ଭଦ୍ରକ ଜିଲ୍ଲା ବାସୀ ଏକହୋଇ ଲଢିବାକୁ ଆହ୍ୱାନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.