ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ପ୍ରାଣୀ କଲ୍ୟାଣ ଯୋଜନାରେ ବାସୁଦେବପୁର ପୌରପାଳିକାର ୱାର୍ଡ ନଂ ୫, ୬ ଓ ୧୨ରେ ଚାଲିଥିବା ଗୋଶାଳା ବିକାଶ କାର୍ଯ୍ୟର ସ୍ଥିତି ପରିଦର୍ଶନ କରି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଗୋଶାଳାରେ ଗୋରୁଙ୍କ ପାଇଁ ଉପଲବ୍ଧ ରହିଥିବା ଆଶ୍ରୟସ୍ଥଳ, ପାନୀୟ ଜଳ, ଖାଦ୍ୟ, ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଥିସହ ଚାଲିଥିବା ବିକାଶ କାର୍ଯ୍ୟର ଅଗ୍ରଗତି ଓ ଗୁଣବତା ନେଇ ଅଧିକାରୀମାନଙ୍କଠାରୁ ତଥ୍ୟ ନେଇଥିଲେ। ଗୋଶାଳାରେ ଗୋରୁଙ୍କ ସୁରକ୍ଷା ଓ ଯତ୍ନକୁ ପ୍ରାଥମିକତା ଦେବା ସହ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ବିକାଶ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।








