ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାଥମିକ ଶିକ୍ଷକ ମାନଙ୍କର ପ୍ରମୋଶନ କୁ ସୁଚାରୁ ରୂପେ ସମ୍ପାଦନ କରିଥିବାରୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଜଗବନ୍ଧୁ ସାହୁ, ଅତିରିକ୍ତ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଓ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ମାନେ ଅଶେଷ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉକି ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ରାଙ୍କ ସଂଖ୍ୟା ୮୮୯୧ ତା ୨୦/୦୭/୨୦୨୬ ଅନୁସାରେ ପ୍ରାରମ୍ଭିକ ମେଧା ତାଲିକା ପ୍ରସ୍ତୁତ କରାଯାଇ ଏହାର ଠିକ୍ ଏକ ମାସ ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ରାଙ୍କ ସଂଖ୍ୟା ୧୦୭୮୭ ତା ୨୦/୦୮/୨୦୨୬ ରିଖରେ ପ୍ରାଥମିକ ଶିକ୍ଷକ ମାନଙ୍କର ଚୂଡ଼ାନ୍ତ ମେଧା ତାଲିକା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ସମସ୍ତ ମାର୍ଗ ଦର୍ଶିକା କୁ ଅନୁସରଣ କରି ଜିଲ୍ଲାରେ ପ୍ରାୟ ଏକ ହଜାର ଶିକ୍ଷକ ମାନଙ୍କୁ ପ୍ରମୋଶନ ଦିଆଯାଇ ଥିବାରୁ ସମସ୍ତ ଶିକ୍ଷାଧିକାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।








