ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇଦିଆ ଯାଉଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣା ଯୋଜନାରେ ମାସିକ ମୁଣ୍ଡ ପିଛା ୧୦କେଜି ଚାଉଳ ସରକାର ଯୋଗାଇ ଆସୁଛନ୍ତି।ଚାନ୍ଦବାଲି ବ୍ଲକ ଦୋସିଙ୍ଗା ଡିଲର ବସନ୍ତ ଗିରି(୦୪୦୫ପି୦୬୫) ହିତାଧିକାରୀଙ୍କୁ ଚାଉଳ ନଦେଇ ଚାଉଳ ବଦଳରେ ଟଙ୍କା ଦେଇ ବିଦା କରି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ପରେ ଏହାର ସତ୍ୟାସତ୍ୟ କରିବା ପାଇଁ ବ୍ଲକ ଯୋଗାଣ ଅଧିକାରୀ ଗତ ଅଗଷ୍ଟ ମାସ ୮ତାରିଖ ଦିନ ତଦନ୍ତ କରିବାକୁ ଆସି ୩୦ବସ୍ତାରୁ ଉର୍ଧ ଚାଉଳ ବସ୍ତା ଜବତ କରିଥିଲେ। ଏହି ଚାଉଳକୁ ଜବତ କରିବା ପରେ କେଉଁଠାରୁ ଏହି ଚାଉଳ ଆଣିଲ ବୋଲି ପ୍ରଶ୍ନ କରିବା ସହ ଏହି ଜବତ ହୋଇଥିବା ଚାଉଳ ବିଷୟରେ କାରନ ଦର୍ଶାଅ ନୋଟିସ ଜାରୀ କରିଥିଲେ। ଏହି ନୋଟିସ ଜାରୀ କରିବା ପରେ ସଂପୃକ୍ତ ଡିଲର ବସନ୍ତ ଗିରି ଅନ୍ୟ ଡିଲର ମାନଙ୍କ ପାଖରେ ପହଂଚି ଏହି ଚାଉଳ ନେବା ପାଇଁ ଅନୁରୋଧ କରିଥିଲା ମାତ୍ର କୌଣସି ଡିଲର ଏହି ଜବତ ଚାଉଳ କୁ ନିଜର ବୋଲି ଦାବୀ କରିବାକୁ ଅମଙ୍ଗ ହୋଇଥିଲେ। ସମସ୍ତ ପ୍ରମାଣ ପାଇବା ପରେ ବ୍ଲକ ଯୋଗାଣ ଅଧିକାରୀ ଜାଣିଶୁଣି ପୁନଶ୍ଚ ସଂପୃକ୍ତ ଡିଲର ବସନ୍ତ ଗିରିକୁ ଦୋସିଙ୍ଗା ପଂଚାୟତରେ ପୁନଶ୍ଚ ଚାଉଳ ଦେବାକୁ ଅନୁମତି ଦେଇଛନ୍ତି। କେଉଁ ପରିସ୍ଥିତିରେ ଜଣେ ଚୋରା ଚାଲାଣକାରୀ ଡିଲରକୁ ପୁନଶ୍ଚ ଥଇଥାନ କରିବାକୁ ଅନୁମତି ଦେଲେ ତାହା ତଦନ୍ତ ସାପେକ୍ଷ। ଇତି ମଧ୍ୟରେ ବନ୍ୟାପାଇଁ ୪ମାସର ଚାଉଳ ସଂପୃକ୍ତ ଡିଲର ହିତାଧିକାରୀଙ୍କୁ ବଂଟନ ନକରି ବହୁ ଚାଉଳ ବାଟ ମାରଣା କରିଥିବା ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ତୁରନ୍ତ ସଂପୃକ୍ତ ଡିଲର ବସନ୍ତ ଗିରିଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ କରିଛନ୍ତି।
Home ଜିଲ୍ଲା ପରିକ୍ରମା ଦୋସିଙ୍ଗା ପଂଚାୟତ ଡିଲରଙ୍କୁ ଘଂଟ ଘୋଡାଉଛନ୍ତି ବ୍ଲକ ଯୋଗାଣ ଅଧିକାରୀ,୧୫କୁଇଟାଂଲ ଚାଉଳ ଜବତ ପରେ ମଧ୍ୟ...








