Home ଜିଲ୍ଲା ପରିକ୍ରମା ସହରାଂଚଳରେ ଜଳ ଅବରୋଧ ସମସ୍ୟା ବୁଲି ଦେଖିଲେ ଜିଲାପାଳ ଓ ବିଧାୟକ

ସହରାଂଚଳରେ ଜଳ ଅବରୋଧ ସମସ୍ୟା ବୁଲି ଦେଖିଲେ ଜିଲାପାଳ ଓ ବିଧାୟକ

12

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବପାତ ଜନିତ ପ୍ରବଳ ବୃଷ୍ଟିପାତ ଯୋଗୁଁ ଭଦ୍ରକ ପୌରଂଚଳରେ ସୃଷ୍ଟ ଜଳବନ୍ଦୀ ପରିସ୍ଥିତିକୁ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଆଜି ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ ଲଗାତର ବୃଷ୍ଟିପାତ ଫଳରେ ସହରାଂଚଳ ବର୍ଷାଜଳରେ ଉବୁଟୁବୁ ହୋଇପଡୁଥିଲା। ବିଭିନ୍ନ ୱାର୍ଡରେ ବର୍ଷାଜଳ ଲହଡି ମାରୁଥିବାରୁ ଘରୁ ପଦାକୁ ବାହାରିବା ସମ୍ଭବ ହୋଇନଥିଲା। ଗୋଟିଏ ଦିନ ଧରି ଜଳବନ୍ଦୀ ହୋଇ ରହିଥିଲେ। ଏବେବି ଭଦ୍ରକ ସହରର ଟାଉନ ହଲ (ସହୀଦ ସ୍ମୃତି ଭବନ) ସମେତ କେତେକାଂଶ ପାଣିଘେରରେ ରହିଛି। ଡ୍ରେନ୍ ଗୁଡିକ ପୋତିହୋଇଥିବାରୁ ଜଳ ନିଷ୍କାସନ ନହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଡ୍ରେନ୍ ଗୁଡିକ ନିୟମିତ ଭାବେ ସଫା ହେଉନଥିବାରୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ଜଳ ନିଷ୍କାସନରେ ବାଧା ସୃଷ୍ଟି କରିଛି। ଏହାବ୍ୟତୀତ ଡ୍ରେନ୍ ଗୁଡିକ ଉପରେ ବେଆଇନ୍ ଭାବେ ଦୋକାନ ବଜାର କୋଠାବାଡି ଦୀର୍ଘବର୍ଷ ଧରି ନିର୍ମାଣ କରାଯାଇଥିବାରୁ ନାଳଗୁଡିକର ଆଉ ଚିହ୍ନବର୍ଣ୍ଣ ନାହିଁ ବୋଲି ଜିଲାପାଳ ପରିଦର୍ଶନ ସମୟରେ ପୌର କର୍ତୃପକ୍ଷଙ୍କ ଠାରୁ ଜାଣିବାକୁ ପାଇଥିଲେ। ଜିଲାପାଳଙ୍କ ସ୍ଥିତିର ଅନୁଧ୍ୟାନ ସମୟରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପୌରପାଳିକା ଦାୟିତ୍ୱରେ ଥିବା ଉପଜିଲାପାଳ ସୌରଭ ଚକ୍ରର୍ବତୀ, ଡ୍ରେନେଜ୍ ଏସ୍‌ଡିଓ ଓ ପୌରପାଳିକାର ଆସିଷ୍ଟାଂଟ ଇଂଜିନିୟରମାନେ ଥିଲେ। ଜିଲାପାଳ ପ୍ରଥମେ ନୂଆବସଷ୍ଟାଣ୍ଡ ଯାଇ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଡ୍ରେନ୍‌ର ଜଳ ଅବରୋଧ ସମସ୍ୟା ଦେଖିଥିଲେ। ତୁରନ୍ତ ଡ୍ରେନ୍ ସଫା ଓ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ଏସ୍‌ଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୂର୍ତ ବିଭାଗ ଅଧୀନସ୍ଥ ଓଟି ମାର୍କେଟ୍ ଅଂଚଳ ବୁଲି ଡ୍ରେନ୍ ଉପରେ ନିର୍ମାଣ ହୋଇଥିବା ବେଆଇନ୍ ଦୋକାନଘର ଗୁଡିକ ନିର୍ମାଣ ହୋଇଥିବାର ପୌର କର୍ତୃପକ୍ଷଙ୍କ ଠାରୁ ଜାଣିବାକୁ ପାଇଥିଲେ। ସେହିପରି କଚେରୀ ବଜାର ଅଂଚଳରେ ଥିବା ମାଜିଷ୍ଟ୍ରେଟ୍‌ଙ୍କ କ୍ୱାର୍ଟର, ସିଟି ଡିଏସ୍‌ପି ଅଫିସ୍ ଅଂଚଳରେ ଥିବା ଡ୍ରେନ୍ ଗୁଡିକର ସ୍ଥିତି ପରଖିଥିଲେ। ପୌରାଂଚଳର ଯେଉଁ ଅଂଚଳରେ ଜଳ ଅବରୋଧ ସମସ୍ୟା ରହିଛି, ତୁରନ୍ତ ମୋଟର ପମ୍ପ ଲଗାଇ ଜଳ ନିଷ୍କାସନ କରିବାକୁ ପୌର କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.