Home ଜିଲ୍ଲା ପରିକ୍ରମା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଗିରଫ ଦାବିରେ କଂଗ୍ରେସର ବିଶାଳ ବିକ୍ଷୋଭ ସମାବେଶ

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଗିରଫ ଦାବିରେ କଂଗ୍ରେସର ବିଶାଳ ବିକ୍ଷୋଭ ସମାବେଶ

11

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଭୋଟ ଚୋରି ଘଟଣାରେ ପ୍ରମୁଖ ସୂତ୍ରଧର। ଦେଶର ଅନ୍ୟ ୨ ନିର୍ବାଚନ କମିଶନର ସୁ୍‌ଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀ ଗତ ୧୦ ମାସ ମଧ୍ୟରେ ଜ୍ଞାନେଶଙ୍କ ନିଷ୍ପତି ଉପରେ ୧୪ ଥର ଆପତି ଜଣାଇଥିଲେ। କିନ୍ତୁ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ ଏହାକୁ ନଜର ଆନ୍ଦାଜ କରି ବିଜେପିକୁ ସୁହାଇବା ପରି ଏକପାଖିଆ ତଥା ବେନିୟମ ପଦକ୍ଷେପ ନେଇଛନ୍ତିି। ଜ୍ଞାନେଶଙ୍କ ଏପରି କାର୍ଯ୍ୟଦ୍ୱାରା ଦେଶର ୧୫ କୋଟି ମତଦାତା ସେମାନଙ୍କ ଗଣତାନ୍ତ୍ରୀକ ଅଧିକାର ହରାଇଛନ୍ତି ବୋଲି ପୂର୍ବରୁ ବାରମ୍ବାର ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯେଉଁ ଆଶଙ୍କାବ୍ୟକ୍ତ କରି ବାରମ୍ବାର ସରକାରଙ୍କୁ ସତର୍କ କରାଇ ଆସୁଥିଲେ ତାହା ଏବେ ସତ୍ୟରେ ପରିିଣତ ହୋଇଛି। ତେଣୁ ତୁରନ୍ତ ମୁଖ୍ୟ ନିର୍ବାଚନ କମିଶନଙ୍କୁ ତାଙ୍କ ପଦବୀରୁ ବହିଷ୍କାର ସହ ଗିରଫ କରିବାକୁ କଂଗ୍ରେସ ଦାବି କରିଛି। ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶ ଓ ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସୁପାରିଶକ୍ରମେ ସୋମବାର ଭଦ୍ରକ ଜିଲ୍ଲା କଂଗ୍ର୍ରେସ କମିଟି ପକ୍ଷରୁ ଆୟୋଜିତ ଏକ ବିକ୍ଷୋଭ ପ୍ରଦର୍ଶନ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ସହସ୍ରାଧିକ କର୍ମୀଙ୍କୁ ନେଇ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ ଶୋଭାଯାତ୍ରା ରାଜଘାଟ ଛକ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ନିର୍ବାଚନ କମିଶନଙ୍କୁ ଆୟୁଧ କରି ଏସଆଇଆର ଜରିଆରେ ଦେଶବାସୀଙ୍କ ଗଣତାନ୍ତ୍ରୀକ ଅଧିକାରକୁ ଛଡ଼ାଇ ନେଉଥିବା ଅଭିଯୋଗ କରିଥିଲେ। ତେଣୁ ମହାମହିମ ରାଷ୍ଟ୍ରପତି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଗଣତାନ୍ତ୍ରୀକ ଅଧିକାରରୁ ବଂଚିତ ଭାରତୀୟ ନାଗରିକଙ୍କୁ ନ୍ୟାୟ ଦେବାକୁ ଦାବି ରଖିଥିଲେ। ପ୍ରତିବାଦ ସଭା ପରେ ଉପସ୍ଥିତ କଂଗ୍ରେସ କର୍ମୀମାନେ ମୁକ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତଳିକା ଦାହ କରିଥିଲେ। ସଭା ଶେଷରେ ଏକ ପ୍ରତିନିଧିମଣ୍ଡଳ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରତିବାଦ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ମୁରଲିଧର ଯେନା, ଦେବରୂପ ମହାନ୍ତି, ଗୋଲକ ଚନ୍ଦ୍ର ବେହେରା, ଶୁଭଶ୍ରୀ ବେହେରା, ସତ୍ୟାନନ୍ଦ ରାଉତ, ଅଭିଷେକ ରାଉତ, ଦିଗମ୍ବର ଦାସ, ରଜନୀକାନ୍ତ ଚାନ୍ଦ, ପ୍ରଦ୍ୟୁମ୍ନ କୁମାର ଦାସ, ରାଜେନ୍ଦ୍ର ପ୍ରସାଦ ଯେନା, ପିତବାସ ଧଳ, ବଳରାମ ରାଉତ, ବିଜୟ ବାରିକ, ଅରବିନ୍ଦ ନାୟକ, ଅଜୟ ସାହୁ, ସୁବାଶିଷ ମଲିକ, ସରୋଜ ଦାସ, ସରୋଜ ନାୟକ, ଫରିୟାଦ ଖାନ, ସବିତା ଚାନ୍ଦ, ଦେବବ୍ରତ ମହାନ୍ତି, ଶର୍ମିଷ୍ଠା ପଣ୍ଡା, ନିରଂଜନ ପଲେଇ, ରମେଶ ଚନ୍ଦ୍ର ନାୟକ, ଆଶିଶ ମଲିକ, ବିଦ୍ୟାଧର ଯେନାଙ୍କ ସମେତ ସହସ୍ରାଧିକ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.