Home ଜିଲ୍ଲା ପରିକ୍ରମା ଭଦ୍ରକ : ବନ୍ୟାରେ ୧ ଲକ୍ଷ ୧୫ ହଜାର ୭୪୭ ଲୋକ ପ୍ରଭାବିତ,ଜିଲା ପ୍ରଶାସନ ପକ୍ଷରୁ...

ଭଦ୍ରକ : ବନ୍ୟାରେ ୧ ଲକ୍ଷ ୧୫ ହଜାର ୭୪୭ ଲୋକ ପ୍ରଭାବିତ,ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି

4

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅର୍ଣ୍ଣବର ଲଘୁଚାପ ଜନିତ ଗତ ୪ ଦିନର ପ୍ରବଳ ବର୍ଷାଯୋଗୁଁ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ରାଜଘାଟ ଠାରେ ସାଳନ୍ଦୀ ନଦୀର ଜଳପତନ ବିପଦ ସଂକେତ ୧୭.୦୦ ଫୁଟ ଉପରେ ୧୯.୫୦ ରେ ପ୍ରବାହିତ ହେଉଛି। ସେହିଭଳି ଆଖୁଆପଦା ଠାରେ ବୈତରଣୀ ନଦୀର ଜଳପତନ ବିପଦ ସଂକେତ ୧୮.୩୩ ମିଟର ଉପରେ ୧୯.୩୫ ରେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇ ସଜାଗ ରହି ଯୁଦ୍ଧକାଳୀନ ଭିତିରେ ରିଲିଫ, ଉଦ୍ଧାର ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛି। ଏହି ବନ୍ୟା ଯୋଗୁଁ ଜିଲାର ଭଦ୍ରକ, ବନ୍ତ, ଭଣ୍ଡାରିପୋଖରୀ, ଧାମନଗର, ତିହିଡି ୫ଟି ବ୍ଲକ୍ ଓ ଭଦ୍ରକ ପୌରପାଳିକା, ଧାମନଗର ଏନଏସି ୨ଟି ବିଶେଷ ଭାବେ ପ୍ରଭାବିତ ହୋଇଛି। ଜିଲା ପ୍ରଶାସନର ସୂଚନା ଅନୁଯାୟୀ ଏହିସବୁ ବ୍ଲକ୍ ଗୁଡିକର ୬୪ଟି ପଂଚାୟତ, ୧୦ଟି ୱାର୍ଡ ଓ ୧୭୭ ଟି ଗାଁ ପ୍ରଭାବିତ ହୋଇଛି। ୧ ଲକ୍ଷ ୧୫ ହଜାର ୭୪୭ ଲୋକ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ୭ ହଜାର ୨୮୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥାନାନ୍ତରିତ ହୋଇଥିବା ବ୍ୟକ୍ତିମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ୨୨ଟି ଫ୍ରି କିଚେନ ବନ୍ୟା ପ୍ରଭାବିତ ଅଂଚଳରେ ସଂଗଠିତ କରାଯାଇଛି। ୧୨୦.୯୬ କ୍ୱିଂଟାଲ ଚୁଡା ଓ ୨୭.୫୪ କ୍ୱିଂଟାଲ ଗୁଡ ବନ୍ୟାଂଚଳ ବାସୀଙ୍କୁ ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ଏହି ବନ୍ୟାରେ ୭୮ ହଜାର ୭୯୭ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବଡ ହେଲେ ୫୧ ହାଜର ୫୪୮ ଓ ଛୋଟ ହେଲେ ୨୭ ହଜାର ୨୪୯। ପଶୁସମ୍ପଦ ବିଭାଗ ପକ୍ଷରୁ ବନ୍ୟାଂଚଳରେ ୬୪ ପଶୁଙ୍କୁ ଚିକିତ୍ସା କରାଯାଇଛି। ବନ୍ୟାଂଚଳ ବାସୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମେଡିକାଲ ଟିମ୍ ଓ ପରିମଳ ବ୍ୟବସ୍ଥାକୁ ବନ୍ୟାଂଚଳରେ ସୁଦୃଢ କରାଯାଇଛି। ଏହାବ୍ୟତୀତ ୩ଟି ଭେଟିନାରୀ ଟିମ୍ ଓ ୨ଟି କ୍ୟାମ୍ପ ମାଧ୍ୟମରେ ପଶୁ ଚିକିତ୍ସା ଯୋଗାଇ ଦିଆଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ଗୋଟିଏ ଓଡ୍ରାଫ୍ ଟିମ୍ ଭଣ୍ଡାରିପୋଖରୀ ବ୍ଲକ୍‌ରେ ନିୟୋଜିତ କରାଯାଇଛି। ଭଦ୍ରକ ବ୍ଲକ୍‌ରେ ୧୨ଟି ପଂଚାୟତର ୨୫ଟି ଗାଁ, ୫୩୭୦ ଲୋକ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରୁ ୩୨୩୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୪ଟା ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି। ୭୭ କ୍ୱିଂଟାଲ ଚୁଡା ଓ ୨୨.୫ କ୍ୱିଂଟାଲ ଗୁଡ ଯୋଗାଇ ଦିଆଯାଇଛି। ସେହପରି ଭଣ୍ଡାରିପୋଖରୀ ବ୍ଲକ୍‌ରେ ୧୫ଟି ପଂଚାୟତର ୫୩ଟି ଗାଁ, ୩୫୭୫୯ ଲୋକ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରୁ ୩୬୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୨ଟା ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି। ୩୬ କ୍ୱିଂଟାଲ ଚୁଡା ଓ ୪ କ୍ୱିଂଟାଲ ଗୁଡ ଯୋଗାଇ ଦିଆଯାଇଛି। ଧାମନଗର ବ୍ଲକ୍‌ରେ ୨୪ଟି ପଂଚାୟତର ୬୬ଟି ଗାଁ, ୫୪୩୩୨ ଲୋକ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରୁ ୨୪୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୭ଟା ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି। ଧାମନଗର ଏନଏସିର କେବଳ ୪ଟି ୱାର୍ଡ ପ୍ରଭାବିତ ହୋଇଛି। ତିହିଡି ବ୍ଲକ୍‌ରେ ୪ଟି ପଂଚାୟତର ୧୩ଟି ଗାଁ, ୧୬୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ତ ବ୍ଲକ୍‌ରେ ୯ଟି ପଂଚାୟତର ୨୦ଟି ଗାଁ, ୨୦୧୬ ଲୋକ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରୁ ୪୪୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୯ଟା ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି। ୧.୦୮ କ୍ୱିଂଟାଲ ଚୁଡା ଓ ୪୦ କ୍ୱିଂଟାଲ ଗୁଡ ଯୋଗାଇ ଦିଆଯାଇଛି। ଭଦ୍ରକ ପୌରପାଳିକାର ୬ଟି ୱାର୍ଡରେ ୨୨୭୦ ଲୋକ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରୁ ୮୫୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୧.୪୮ କ୍ୱିଂଟାଲ ଚୁଡା ଓ ୧୦ କ୍ୱିଂଟାଲ ଗୁଡ ଯୋଗାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.