Home ଜିଲ୍ଲା ପରିକ୍ରମା ଯୁଦ୍ଧକାଳୀନ ଭିତିରେ ବନ୍ୟା ମୁକାବିଲା ,୨୪ ଶହ ବିସ୍ଥାପିତଙ୍କୁ ରନ୍ଧାଖାଦ୍ୟ ଓ ରିଲିଫ ବଂଟନ, ନାଳିଆ...

ଯୁଦ୍ଧକାଳୀନ ଭିତିରେ ବନ୍ୟା ମୁକାବିଲା ,୨୪ ଶହ ବିସ୍ଥାପିତଙ୍କୁ ରନ୍ଧାଖାଦ୍ୟ ଓ ରିଲିଫ ବଂଟନ, ନାଳିଆ ନଦୀର ଆଙ୍କୁଲ ଠାରେ ଘାଇ

4

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରେ ବନ୍ୟା ପରିସ୍ଥିତି ଜଟିଳ ହେଉଛି । ଧାମନଗର ବ୍ଲକ ର ୨୪ ଟି ପଂଚାୟତର ୬୬ ଟି ଗ୍ରାମ ଏବଂ ୧ ଟି ପୌରାଂଚଳର ୪ ଟି ୱାର୍ଡ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏହାଦ୍ୱାରା ମୋଟ ୫୪,୩୩୨ ଜଣ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଜଳବନ୍ଦୀ ଅଂଚଳରୁ ୨୪ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ବିସ୍ଥାପିତ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ୭ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇ ସମସ୍ତ ୨୪ ଶହ ଜଣଙ୍କୁ ପ୍ରସ୍ତୁତ ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହିତ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ଭାବେ ଆଜି ୫.୪ କ୍ୱିଂଟାଲ୍ ଚୁଡ଼ା ଏବଂ ୫୪ କିଲୋଗ୍ରାମ୍ ଗୁଡ଼/ଚିନି ପ୍ରଭାବିତ ଅଂଚଳରେ ବଂଟନ କରାଯାଇଛି।ବନ୍ୟା ଅଂଚଳରେ ସ୍ୱାସ୍ଥ୍ୟସେବା ଓ ଗୋ-ସମ୍ପଦର ସୁରକ୍ଷା ପାଇଁ ଡାକ୍ତରୀ ଦଳ ଏବଂ ପ୍ରାଣୀ ସେବା ଟିମ କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ରିଲିଫ୍ କାର୍ଯ୍ୟର ତଦାରଖ କରୁଛନ୍ତି। ନାଳିଆ ନଦୀର ଆଙ୍କୁଲ ଠାରେ ଘାଇ ହେବା ଦ୍ୱାରା ସହିଦନଗର,ଲୁଣିଆ ସମେତ ବିଭିନ୍ନ ଗ୍ରାମର ରେ ବନ୍ୟାଜଳ ପ୍ରବେଶ କରିଛି।ବନ୍ୟା ଦ୍ୱାରା ଧାମନଗର – ଫଳପୁର, ଆନନ୍ଦପୁର – ଖଡ଼ିପଦା,ଦୋବଲ- ସେଣ୍ଡପୁର, ବେଦପୁର – ପଧାନି, ଭଗତପୁର – ପଧାନି,କୋଠାର – ଅଶୁରାଳୀ – ଧୁଷୁରୀ, ଧୁଷୁରୀ – ଗୋପବନ୍ଧୁ ନଗର ରାସ୍ତା ରେ ବନ୍ୟାପାଣି ପ୍ରବାହିତ ହେଉଛି।ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ହସନାବାଦ ଓ ଅର୍ଜୁନପୁର ପଂଚାୟତ ରେ ବିଭିନ୍ନ ଗ୍ରାମ ଏବେ ଜଳବନ୍ଦୀରେ ଅଛନ୍ତି। ଏହି ବନ୍ୟା ରେ ଚାଷଜମି ନଷ୍ଟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.