Home ଜିଲ୍ଲା ପରିକ୍ରମା ଭଦ୍ରକରେ ସମବାୟ ସଦସ୍ୟତା ମହାଅଭିଯାନ “ସମ୍ବନ୍ଧ” ର ଶୁଭାରମ୍ଭ

ଭଦ୍ରକରେ ସମବାୟ ସଦସ୍ୟତା ମହାଅଭିଯାନ “ସମ୍ବନ୍ଧ” ର ଶୁଭାରମ୍ଭ

2

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସମବାୟ ନୀତି–୨୦୨୬ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନର ଭଦ୍ରକ ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହାର ରାଜ୍ୟସ୍ତରୀୟ ଶୁଭାରମ୍ଭ ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓୟୁଏଟି ଠାରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହୋଇଯାଇଛି । ଗ୍ରାମୀଣ ଅଂଚଳର ପ୍ରତ୍ୟେକ ପରିବାରରୁ ଅନ୍ୟୁନ ଜଣେ ସଦସ୍ୟଙ୍କୁ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହତ୍ ଆକାରର ଆଦିବାସୀ ବହୁମୁଖୀ ସମବାୟ ସମିତି ସହ ସଂଯୋଜିତ କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ। ଏଥିସହ ମହିଳା ଓ ଯୁବବର୍ଗଙ୍କ ସମବାୟ ବ୍ୟବସ୍ଥାରେ ଅଧିକ ଅଂଶଗ୍ରହଣ, ନୂତନ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଏବଂ ସ୍ୱଚ୍ଛ ଓ ପ୍ରଯୁକ୍ତିଭିତିକ ସଦସ୍ୟତା ବ୍ୟବସ୍ଥା ଗଠନ ଉପରେ ଅଭିଯାନରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ଜ୍ୟୋତି ପ୍ରକାଶ ମହାକୁଡ଼, ଡେପୁଟି ରେଜିଷ୍ଟ୍ରାର ଅଫ୍ କୋ-ଅପରେଟିଭ୍ ସୋସାଇଟି ଦୁଖିଆ ଟୁଡୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶଶିଭୂଷଣ ମହାପାତ୍ର ଓ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ବିଜୟକେତନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯାନ ଅନ୍ତର୍ଗତ ସମବାୟ ସଦସ୍ୟତାରୁ ବଂଚିତ ପରିବାରଗୁଡ଼ିକୁ ଚିହ୍ନଟ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କୁ ସଦସ୍ୟତା ପ୍ରଦାନ କରାଯିବ। ଏଥିପାଇଁ ଗ୍ରାମସ୍ତରରେ ଘରକୁ ଘର ପ୍ରଚାର ସହ ସଦସ୍ୟତା ନାମଲେଖା କରାଯିବ। ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଡିଜିଟାଲ୍ ଭାବେ ଆବେଦନ ଗ୍ରହଣ କରାଯାଇ ସମ୍ପୃକ୍ତ ଚଇଉଝ/ଖଇଗଚଉଝକୁ ଯାଂଚ ଓ ଅନୁମୋଦନ ପାଇଁ ପଠାଯିବ। ଦୁଇ ମାସ ଧରି ଚାଲିବାକୁ ଥିବା ଏହି ମହାଅଭିଯାନ ମାଧ୍ୟମରେ ଭଦ୍ରକ ଜିଲ୍ଲାର ଅଧିକ ସଂଖ୍ୟକ ଗ୍ରାମୀଣ ପରିବାରକୁ ସମବାୟ ବ୍ୟବସ୍ଥାର ପରିସରଭୁକ୍ତ କରିବା ସହ ଜିଲ୍ଲାରେ ଏକ ବ୍ୟାପକ ଡିଜିଟାଲ୍ ସଦସ୍ୟତା ତଥ୍ୟଭଣ୍ଡାର ଗଠନ ଲକ୍ଷ୍ୟ ରଖାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.