Home ଜିଲ୍ଲା ପରିକ୍ରମା ପୁଣି ବୈତରଣୀ ନଦୀରେ ବନ୍ୟା, ଆରଡି ଲଂଚ ଘାଟରେ ବୁଡିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା,ବୋଡକ ନିକଟରେ ବୈତରଣୀ...

ପୁଣି ବୈତରଣୀ ନଦୀରେ ବନ୍ୟା, ଆରଡି ଲଂଚ ଘାଟରେ ବୁଡିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା,ବୋଡକ ନିକଟରେ ବୈତରଣୀ ନଦୀ କୂଳ ଲଂଘିବାରୁ ବୁଡିଲା ଆଖଣ୍ଡଳମଣି- କୁଆଖିଆ ୨୦ନଂ ଜାତୀୟ ରାଜପଥ

4

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ସମୁଦ୍ର ଜୁଆରିଆ ଯୋଗୁଁ ପୁଣି ବୈତରଣୀ ନଦୀରେ ବନ୍ୟା ଦେଖାଦେଇଛି। ବିଶେଷକରି ଉପରମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ତଳମୁଣ୍ଡରେ ବନ୍ୟାସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏପରକି ଧାମରା ସମୁଦ୍ର ମୁହାଣରୁ ଉଚ୍ଚ ଜୁଆର ଉଠୁଥିବାରୁ ଆରଡି ଲଂଚଘାଟ ଜେଠିରେ ଲଙ୍ଗର ପକାଇଥିବା ମାଛଧରା ବୋଟ୍ ଓ ଡଙ୍ଗା ମଧ୍ୟରୁ ୨ଟି ଡଙ୍ଗା ବୁଡି ଯାଇଥିବାରୁ ମତ୍ସଜୀବୀମାନେ ଉଦ୍ଧାର କରିଛନ୍ତି। ସେହିପରି ବୋଡକ ଓ ଷାଠିବାଙ୍କୁଡା ନିକଟରେ ବୈତରଣୀ ନଦୀ କୂଳ ଲଙ୍ଘିବାରୁ ପୁଣି ଆଖଣ୍ଡଳମଣି- କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଯାହାଫଳରେ ଯାତାୟତ ଠପ୍ ହୋଇଯିବା ସହ ୨୪ ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ସେହିପରି ଆରଡି ନିକଟ ସତସଙ୍ଗ ଘୋଷରା ଓ ମୁଁଆ ଘୋଷଣାରେ ବନ୍ୟାପାଣି ୨ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ତାହାସହ ବୈତରଣୀ ନଦୀର ଓଳଗ, ଅମୃତମଣୀ, ଷାଠିବାଙ୍କୁଡା, ମୁଁ ଆ ଗାଁ ନିକଟରେ ନଦୀବନ୍ଧ ଦୁର୍ବଳ ଥିବାରୁ ଘାଇ ହେବାରୁ ଆଶଙ୍କା ଦେଖାଦେଇଛି। ଏହି ସ୍ଥାନରେ ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ବିମଲ ପ୍ରସାଦ ବେହେରା ଉପସ୍ଥିତ ରହି ବାଲି ବସ୍ତା ପକାଉଥିବା ଦେଖାଦେଇଛି। ଏଥିସହ ବନ୍ୟା ପାଇଁ ଜଳସମ୍ପଦ ବିଭାଗ ସଜାଗ ରହିଛି, କୈଣସି ସ୍ଥାନରେ କିଛି ଅସୁବିଧା ନାହିଁ ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.