ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ବିକଶିତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରବସ୍ଥାରୁ ଏହି ମାନସିକତା ରହିଲେ ଭବିଷ୍ୟତରେ ଏହା ବାସ୍ତବ ରୂପନିଏ। ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାପାଁଇ ଛାତ୍ରଛାତ୍ରୀ ଯୁବସମାଜ ସମସ୍ତେ ଅଙ୍ଗୀକାର ବଦ୍ଧ ହେବା ଉଚିତ ବୋଲି ଆଜି ୨୦୪୭ମସିହା ଭାରତ ସ୍ୱାଧୀନତାର ଶହେ ବର୍ଷ ପୂର୍ତି ଅବସରରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ -୨୦୨୬କାର୍ଯ୍ୟକ୍ରମ ରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଅଭିମନ୍ୟୁ ସେଠୀ ପ୍ରଦୀପ ପ୍ରଜ୍ୱଳନ କରି ଅନୁଷ୍ଠାନିକ ଭାବେ ଉଦ୍ଦାଘାଟନ କରିଥିଲେ।ଜିଲ୍ଲା ଶିକ୍ଷାଧିକାରୀ ଡ଼.ଜଗବନ୍ଧୁ ସାହୁ ସ୍ୱାଗତ ଭାଷଣ ଦେବା ସହ ପୌରହିତ କରିଥିଲେ।ଶିକ୍ଷକ ମନୋଜ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବରଣ୍ୟେ ଅତିଥି ଭାବେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଯୋଗଦାନ କରିଥିବା ବେଳେ ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ରଶ୍ମୀ ରାଣୀ ମିନିକା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ,ପ୍ରଫୁଲ କୁମାର ସାହୁ,ତୃପ୍ତିମୟୀ ପାତ୍ର,ଭଦ୍ରକ ବ୍ଲକ ଶିକ୍ଷା ଅଧିକାରୀ ଚକ୍ରଧର ମଲ୍ଲିକ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ବନ୍ତ ବ୍ଲକ ଶିକ୍ଷାଧିକାରୀ ଚିତରଞ୍ଜନ ମହାନ୍ତି ଯୋଗ ଦେଇ ଥିଲେ ।ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଉଦଘାଟନୀ ଉତ୍ସବ ପରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ମଧ୍ୟ ରେ ୩ଟି ବର୍ଗରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା।ବକ୍ତୃତା ବିଭାଗ ବିଚାରକ ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂଙ୍ଗ ଚରଣ ସାହୁ ଓ ଗଣେଶ ପ୍ରସାଦ ମହାପାତ୍ର ଯୋଗ ଦେଇଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତା ରେ ବିଚାରକ ଭାବେ ଦିଲୀପ କୁମାର ମଲ୍ଲିକ ଓ ମନୋରଞ୍ଜନ ନାୟକ ଥିଲେ।ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଂକୁ ପୁରସ୍କାର ବିତରଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜ୍ଞାନ ସଂଯୋଜକ ହିମାଦ୍ରୀ ନନ୍ଦିନୀ ବିଶ୍ୱାଳ,ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସଂଯୋଜିକା ଇତିଶ୍ରୀ ମିଶ୍ର,ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ବେହେରା ଙ୍କ ସହ ଅନ୍ୟ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନେ ସହଯୋଗ କରିଥିଲେ।








