Home ଜିଲ୍ଲା ପରିକ୍ରମା ଧାମନଗର ବ୍ଳକ ସ୍ତରୀୟ “ସେବା ସଂକଳ୍ପ ଅଭିଯାନ-୨୦୨୬’ ପାଇଁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀ ଚୟନ

ଧାମନଗର ବ୍ଳକ ସ୍ତରୀୟ “ସେବା ସଂକଳ୍ପ ଅଭିଯାନ-୨୦୨୬’ ପାଇଁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀ ଚୟନ

3

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଗୋଷ୍ଠି ଶିକ୍ଷାଅଧିକାରୀ ଙ୍କ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ “ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଛି। ତାଳପଦା ଉଚ୍ଚ ପ୍ରାଥମୀକ ବିଦ୍ୟାଳୟ ପରିସର ରେ ଏ ନେଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ “ବିକଶିତ ଭାରତ’, ଯାହା ଅଧୀନରେ ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତା ଏବଂ ଫଟୋ ଓ ଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବ୍ଲକ ସ୍ତରୀୟ ପ୍ରତିଯୋଗିତା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନଙ୍କ ପ୍ରତିଯୋଗିତା କରା ଯାଇଥିଲା । ଖଙ୍ଗରା ସ୍କୁଲ ସିବମ ଜ୍ୟୋତି ପ୍ରିୟଦର୍ଶନ ପାଗଳ, ଫଳପୁର ୟୁ.ଜି. ହାଇସ୍କୁଲର ସସ୍ମିତା ସାହୁ ଏବଂ ପଚ୍ଛାଲୋ ନୋଡାଲ ୟୁ.ପି.ଏସ୍‌.ର ପ୍ରିୟଙ୍କା ପ୍ରଧାନ , ସେଣ୍ଡପୁର ହାଇସ୍କୁଲର ଅର୍ଚିତା ପ୍ରିୟଦର୍ଶିନୀ ଦାସ ଏବଂ ଚୁଡ଼ାକୁଟି ଇନ୍ଦ୍ରଗୋବିନ୍ଦ ହାୟର ସେକେଣ୍ଡାରୀ ସ୍କୁଲର ରାଜକ୍ରିତିକା ନାୟକ, ଜନତା ନୋଡାଲ ଉଚ୍ଚ ବିଦ୍ୟାପୀଠ, ଜାହାଙ୍ଗୀର ରେ ମିରାରାଣୀ ପଣ୍ଡା, ଝାରାଡିଆ ୟୁ.ପି. ସ୍କୁଲର ବେବି ସ୍ୱାଇଁ, ନଡିଆବାଗ ୟୁ.ପି. ସ୍କୁଲର ଜାଗୃତୀ ସାହୁ, ମିଶ୍ରପୁର ୟୁ.ଜି.ଏମ୍‌.ଇ. ସ୍କୁଲର ସୁଲଗ୍ନା ପ୍ରିୟଦର୍ଷିନି ବାରିକ ଏବଂ ଗୋଠିଣା ନୋଡାଲ ସ୍କୁଲର ସ୍ନେହାସିସ ରାଉତ ରାୟ , ତପନେଶ୍ୱର ନୋଡାଲ୍ ୟୁ.ପି. ସ୍କୁଲର ବିଷ୍ଣୁପ୍ରିୟା ସ୍ୱାଇଁ, ଝାରାଡିଆ ୟୁ.ପି. ସ୍କୁଲର ବିଶ୍ୱଜିତ୍ ସ୍ୱାଇଁ, ପି.ଏମ୍‌.ଶ୍ରୀ ସହିଦନଗର ନୋଡାଲ୍ ହାଇସ୍କୁଲର ସୁଭସ୍ମିତା ପାଢୀ, ଚୁଡ଼ାକୁଟି ଇନ୍ଦ୍ରଗୋବିନ୍ଦ ହାୟର ସେକେଣ୍ଡାରୀ ସ୍କୁଲର ରାଜଲକ୍ଷ୍ମୀ ସାହୁ ଏବଂ ପି.ଏମ୍‌.ଶ୍ରୀ ଧାମନଗର ହାଇସ୍କୁଲର ଶାହା ମହମ୍ମଦ ତୌସିଫ୍ ରଜା ପ୍ରମୁଖ ଜିଲ୍ଲାସ୍ତର କୁ ମନୋନୀତ ହୋଇଛନ୍ତି। ପ୍ରାରମ୍ବରେ ବିଦ୍ୟାଳୟ ପରିସର ରେ ବି ଆର ସି ଭୀମ ସେନ ହୋ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ସେବା ସଂକଳ୍ପ ର ଉଦ୍ଦେଶ୍ୟ ରେ ଛାତ୍ର ଛାତ୍ରୀ ଙ୍କ ଭୂମିକା ସମ୍ପର୍କ ରେ କହିଥିଲେ।ଅନ୍ୟତମ ଅତିଥି ଭାବରେ ଏ ବି ଇ ଓ ସତ୍ୟ ସୁନ୍ଦର ପରିଡା,ପୁରୁଷୋତମ କର,ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମଧୁ ସ୍ମିତା ଜେନା ପ୍ରମୁଖ ଯୋଗ ଦେଇଥିଲେ, ସି ଆର ସି ସି ସଞ୍ଜୟ ଜେନା ସଭା ସଂଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.